ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସରେ ଶୁଭଲକ୍ଷ୍ମୀଙ୍କ କୃତୀତ୍ୱ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂସ୍କୃତ ଶିକ୍ଷାଦାନ ତଥା ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟରତ ଗୋଧୂଳୀ ଏକାଡେମୀ, ଜାମସେଦପୁର ଆନୁକୂଲ୍ୟରେ ସର୍ବଭାରତୀୟ ଅନଲାଇନ ସଂସ୍କୃତ ଶ୍ଲୋକାବୃତ୍ତି ପ୍ରତିଯୋଗିତାରେ ସରକାରୀ ଅଙ୍ଗନୱାଡି କେନ୍ଦ୍ର, କୋମନାର ବାଳବୋଧର ଛାତ୍ରୀ ସୃଜନୀ ଶୁଭଲକ୍ଷ୍ମୀ ଉପ-କନିଷ୍ଠ (୫ ବର୍ଷରୁ କମ୍‌) ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଓ ଏକାଡେମୀର ଅନଲାଇନ ସଂସ୍କୃତ ଶିକ୍ଷାଦାନ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ପ୍ରକାଶ ଥାଉ କି, ଶୁଭଲକ୍ଷ୍ମୀଙ୍କ ଅଳ୍ପ ବୟସରେ ଜାତୀୟ ସଙ୍ଗୀତ ନିର୍ଭୁଲ ଓ ଆବେଗପୂର୍ଣ୍ଣ ଗାୟନ ଫେସବୁକ ସାମାଜିକ ଗଣମାଧ୍ୟମରେ ବେଶ ଜନାଦୃତ ଓ ପ୍ରଶଂସନୀୟ ହୋଇଥିଲା । ସେ ଆକାଶବାଣୀ ବଲାଙ୍ଗିରର ଉଦ୍‌ଘୋଷକ ଓମ୍‌ ପ୍ରଣବ ନାୟକ ଓ ଶିଳ୍ପୀ କଲ୍ଲୋଳିନୀ ମିଶ୍ରଙ୍କ ପୁତ୍ରୀ ତଥା ପେଲେସଲାଇନ ନିବାସୀ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରାଣବନ୍ଧୁ ନାୟକଙ୍କ ପୌତ୍ରୀ ଅଟନ୍ତି । ଏହି ସଫଳତା ପାଇଁ ଶୁଭେଚ୍ଛୁ ଓ ଗୁରୁଜନ ବୃନ୍ଦ ତାଙ୍କ ମଙ୍ଗଳ କାମନା କରିଛନ୍ତି ।

Leave A Reply

Your email address will not be published.