ନବମ ଶ୍ରେଣୀ ଅନ୍‌ଲାଇନ୍‌ ପରୀକ୍ଷାରେ ବିଭ୍ରାଟ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ଗତ ୧୦ ତାରିଖ ଦିନ ଆରମ୍ଭ ହୋଇଥିବା ନବମ ଶ୍ରେଣୀ ଅନ୍‌ଲାଇନ୍‌ ପରୀକ୍ଷା ଲୋଇସିଂହା ବ୍ଲକ ଅନ୍ତର୍ଗତ ଆଭ୍ୟନ୍ତରୀଣ ଅଂଚଳରେ ୧୦ ତାରିଖ ଦିନ ବିଭ୍ରାଟ ଦେଖାଦେଇଥିଲା । ବହୁ ଛାତ୍ରଛାତ୍ରୀଙ୍କ ଏନଡ୍ରଏଟ ମୋବାଇଲ ସେଟ ନ ଥିବା ବେଳେ ଅନେକ ଜାଗାରେ ନେଟୱାର୍କ ଆସୁନାହିଁ । ଫଳରେ ଉକ୍ତ ପରୀକ୍ଷା ଠିକ ଭାବରେ ହେଉନାହଁ । ମିଳିଥିବା ସୂଚନା ଅନୁଯାୟୀ, ୨ ଦିନ ଧରି ହେବାକୁ ଥିବା ନବମ ଶ୍ରେଣୀ ଉକ୍ରର୍ଷ ବେସ ଲାଇନ ଟେଷ୍ଟ ଗତକାଲି ଆରମ୍ଭ ହୋଇଛି । ୧୫ଟି ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀ ୨ ଘଂଟାରେ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଅନେକ ଜାଗାରେ ମୋବାଇଲ ସେବା ଠିକ ଭାବରେ ମିଳୁନଥିବା ଜଣାଯାଇଛି । ଏନେଇ ଆଭ୍ୟନ୍ତରୀଣ ରତାଖଣ୍ଡି ହାଇସ୍କୁଲ କିଛି ଛାତ୍ରୀ କିଛି ବୁଝି ପାରୁନଥିବା ବେଳେ ଠିକ ଭାବରେ ନେଟ ଆସୁନଥିବା କହିଥିଲେ । ଛାତ୍ରୀ ଅଂଜଳୀ ସାହୁ, ପୂର୍ଣ୍ଣୀମା ମହାନନ୍ଦ, ଅନୀତା ମୁଗ୍ରୀ ଓ ଶ୍ରନ୍ଧାଂଜଳୀ ସାହୁ ମୋବାଇଲ ଧରିଥିଲେ ହେଁ ୧୫ ଟି ପ୍ରଶ୍ନର ଉତ୍ତର ଶେଷ ହେବା ପୂର୍ବରୁ ନେଟ ଚାଲି ଯାଉଥିବା କହିଛନ୍ତି । ଏପରିକି ସମସ୍ତଙ୍କ ପାଖରେ ଏନଡ୍ରଏଟ ମୋବାଇଲ ନ ଥିବା ଯୋଗୁଁ ବାହାରୁ ଆଣି ପରୀକ୍ଷା ଦେଉଥିବା ଜଣାଯାଇଛି । ଫଳରେ ବହୁ ଛାତ୍ରଛାତ୍ରୀ ମୋବାଇଲ ଠିକ ଭାବରେ ଚଳାଇ ପାରୁନଥିବା ଦେଖାଦେଇଛି । ତେଣୁ ଶିକ୍ଷା ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଅଭିଭାବକ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.