ଡୁମେରଝରନରେ ହାତୀ ଉପଦ୍ରବ : ୧୦ ଏକର ଧାନ ଫସଲ ନଷ୍ଟ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତ ଅଧୀନସ୍ଥ ଡୁମେରଝରନ ଗାଁରେ ଶନିବାର ରାତିରେ ହାତୀପଲ ପ୍ରାୟ ୧୦ ଏକର ଧାନ ଫସଲ ନଷ୍ଟ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟତଃ ପ୍ରତିବର୍ଷ ଧାନ ଫସଲ ଅମଳ ବେଳକୁ ହାତୀଙ୍କ ଉପଦ୍ରବ ଦେଖା ଦେଇଥାଏ । ଏହି କ୍ରମରେ ଶନିବାର ରାତି ୧୧ ଟା ସମୟରେରେ ପ୍ରାୟ ୬ଟି ହାତୀ ମହଦା ପାହାଡରୁ ଓହ୍ଲାଇ ଡୁମେରଝରନ ଗାଁର ରୋହିତ ଖମାରୀ, ସୁଦାମ ଖମାରୀ, ଦିଲେ ଖମାରୀ ଓ ନିତେ ନାଏକଙ୍କ ପ୍ରାୟ ୧୦ ଏକର ଚାଷଜମି ଧାନ ଫସଲକୁ ଦଳିଚକଟି କ୍ଷତି କରିଥିଲେ । ଏହା ସହ ରାତିସାରା ହାତୀପଲ ଗାଁ ଚାରିପାଖରେ ରହି ଉତ୍ପାତ ଜମାଇଥିଲେ । ପ୍ରାୟ ସକାଳ ଭୋରରେ ହାତୀପଲ ପୁଣି ମହଦା ପାହାଡକୁ ଚଢିଥିବା ଜଣାଯାଇଛି । ଫଳରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଫସଲ କ୍ଷତି ନେଇ ବନ ବିଭାଗ ସମେତ ସରକାରୀ ପଦାଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି । ତେଣୁ ସରକାରୀ ସ୍ତରରେ ଫସଲର କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ପ୍ରଦାନ ଦିଗରେ ତୁରନ୍ତ ବ୍ୟବସ୍ଥା କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.