ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀଙ୍କ କ୍ଲାଟ ପରୀକ୍ଷାରେ କମାଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀ କ୍ଲାଟ ପରୀକ୍ଷାରେ କମାଲ୍‌ କରିଛନ୍ତି ଓ ବଲାଙ୍ଗିର ମାଟି ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଛନ୍ତି । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଲ’ ଆଡ଼୍‌ମିସନ୍‌ ଟେଷ୍ଟ-୨୦୨୦ (କ୍ଲାଟ୍‌)ର ଗତ ୫ ତାରିଖ ଦିନ ରେଜଲ୍‌ଟ ପ୍ରକାଶ ପାଇଥିବା ବେଳେ ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀ ସର୍ବଭାରତୀୟ ସ୍ତରରେ ୮୬.୭୫ ମାର୍କ ରଖି ୨୮୦ ର‍୍ୟାଙ୍କ୍‌ରେ ଆସି କୃତୀତ୍ୱ ଅର୍ଜନ କରିଛନ୍ତି । ତେବେ ଇତିମଧ୍ୟରେ ରାଜସ୍ଥାନର ନ୍ୟାସ୍‌ନାଲ୍‌ ଲ’ ୟୁନିଭର୍‌ସିଟି, ଯୋଧପୁରରେ ତାଙ୍କ ଆଡ଼୍‌ମିସନ୍‌ ହୋଇ ସାରିଥିବା ସେ କହିଛନ୍ତି । ତେବେ ତାଙ୍କ ଏତେ ବଡ଼ କୃତୀତ୍ୱ ପରେ ତାଙ୍କୁ ତାଙ୍କ ଭବିଷ୍ୟତ ପନ୍ଥା ସଂପର୍କରେ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି ଯେ, ଲିଗାଲ୍‌ ମେଟର୍‌ ନେଇ ସମାଜରେ ଜନସାଧାରଣ ଖୁବ୍‌ ହଇରାଣ ହେଉଥିବା ମୁଁ ଲକ୍ଷ୍ୟ କରିଛି । ଏଣୁ ମୁଁ ମୋର ପାଠପଢ଼ା ସାରିବା ପରେ ଏକ ଏନ୍‌ଜିଓ ପ୍ରତିଷ୍ଠା କରି ଗରିବ ତଥା ଆଇନ ଦିଗରେ ଅପହଂଚ ରହୁଥିବା ଜନସାଧାରଣଙ୍କୁ ସହଯୋଗ କରିବି । ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀଙ୍କ ପିତା ଏଲ୍‌ଆଇସି.ର ଅଭିକର୍ତା ଭାବେ କାର୍ଯ୍ୟରତ ସୁଶାନ୍ତ ଷଡ଼ଙ୍ଗୀ ଓ ମାତା ତୃପ୍ତିମୟୀ ଷଡ଼ଙ୍ଗୀ ମଧ୍ୟ ପୁଅର ଭବିଷ୍ୟତ ଉଚ୍ଚଚିନ୍ତା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଛନ୍ତି ।

Leave A Reply

Your email address will not be published.