ସହାୟତାର ହାତ ବଢ଼ାଇଲା ମହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିତେନ୍ଦ୍ର ବରିହା ନାମକ ଜଣେ ବ୍ୟକ୍ତି ପାଟଣାଗଡ ଅଞ୍ଚଳର ଦୀର୍ଘ ଦିନ ହେବ ଏକ ଅଜଣା ରୋଗରେ ପୀଡ଼ିତ ଥିଲେ । ପ୍ରାୟ ୧୦ବର୍ଷ ପୂର୍ବେ ସର୍ପ ଦଂଶନରୁ ତାଙ୍କ ବାମ ଗୋଡ଼ରେ କ୍ଷତ ହୋଇଥିଲା । ଉଚିତ ଚିକତ୍ସା ନ କରି ଅନ୍ଧବିଶ୍ୱାସରେ ପଡ଼ି ଗୁଣି ଗାରେଡିର ଆଶ୍ରିତ ହୋଇଥିଲେ ଜିତେନ୍ଦ୍ର । ଫଳରେ ଗୋଡ଼ର କ୍ଷତ ପଚି ଯାଇ ଭୟଙ୍କର ରୂପ ଧାରଣ କରିଥିଲା । ତାକୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ନ କରାଇଲେ ଜିତେନ୍ଦ୍ରଙ୍କ ଜୀବନ ପ୍ରତି ବିପଦ ବୃଦ୍ଧି ପାଉଥିଲା ।

କୌଣସି ସୂତ୍ରରୁ ଖବର ପାଇ ମାହେଶ୍ୱରୀ ସଂଗଠନ ତାର ସାମାଜିକ ଦାୟିତ୍ୱ ନିର୍ବାହ ପୂର୍ବକ ଜିତେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିଥିଲା । ଚିକିତ୍ସା ଆରମ୍ଭ ହେବା ପରେ ଜିତେନ୍ଦ୍ର ଓ ତାଙ୍କ ପରିବାର ସଂଗଠନ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ଆଜିର ଏହି ମହତ କାର୍ୟ୍ୟକ୍ରମରେ ମାହେଶ୍ଵରୀର ନିର୍ଦ୍ଦେଶକ ଅଙ୍କୁଶ କୁମାର୍ ପାଣ୍ଡିଆ, ଲୋଇସିଂହା ମାହେଶ୍ଵରୀ ସଭାପତି ଦେବାଶିଷ ବିଶୋଇ, ରାଜ ବାଲୁଙ୍କେଶ୍ୱର ନନ୍ଦ ଉପସ୍ଥିତ ରହି ସମସ୍ତ ସହଯୋଗ କରିଥିଲେ ।

Leave A Reply

Your email address will not be published.