ଢେଙ୍କିକୋଟ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ସରାସପଶି ଗ୍ରାମକୁ ଆସିଥିବା କେନ୍ଦୁଝର ସଦର ବ୍ଲକ୍ ମଇଦାନକେଲ ଗ୍ରାମର ଲାଲମୋହନ ନାଏକ (୩୮)ଙ୍କ ମୃତ୍ୟୁ ଘଟିଛି । ଲାଲମୋହନ ପତ୍ନୀ ଓ ପୁଅକୁ ନେଇ ଶ୍ୱଶୁର ଘରକୁ ଆସିଥିଲେ। ସକାଳୁ ଲାଲମୋହନ ରକ୍ତବାନ୍ତି କରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣା ଡାକ୍ତରଖାନାକୁ ନିଆଯାଇଥିଲା। । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଏଏସ୍ଆଇ ସୁରଥ ଚନ୍ଦ୍ର ଦେହୁରୀ ପାଟଣା ଡାକ୍ତରଖାନା ଯାଇ ଶବ ବ୍ୟବଚ୍ଛେଦ କରାଇଛନ୍ତି। ଏନେଇ ଘଟଗାଁ ଥାନାରେ କେସ୍ ନମ୍ବର ୭୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
Next Post