oom

ଶିକ୍ଷାର ବିକାଶ ପାଇଁ ଉତ୍ତମ ଶିକ୍ଷକ ନିଯୁକ୍ତି କରନ୍ତୁ ସରକାର : ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଛାତ୍ରଛାତ୍ରୀ, ଯୁବକଯୁବତୀଙ୍କ ଶିକ୍ଷା, କ୍ରୀଡାର ବିକାଶ ପାଇଁ ବର୍ତ୍ତମାନ ସରକାର ଅନେକ ଯୋଜନା ଆଣୁଛନ୍ତି କିନ୍ତୁ ଯୋଜନାର ଭୁଲ ପ୍ରଣୟନ ଓ ଭୁଲ କାର୍ଯ୍ୟକାରିତା ଯୋଗୁଁ ଯୋଜନା ପ୍ରଣୟନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହେଇ ପାରୁନାହିଁ । ଯେପରିକି ବର୍ତ୍ତମାନ ନୂଆଁ ଓ ଯୋଜନା ମାଧ୍ୟମରେ କଲେଜ ଗୁଡିକୁ ବିଭିନ୍ନ କ୍ରୀଡାର ଆୟୋଜନ ପାଇଁ ଅନୁଦାନ ଆସିଛି । କିନ୍ତୁ ଦୁଃଖର ବିଷୟ ଅନେକ ଶିକ୍ଷାନୁଷ୍ଠାନରେ ଖେଳ ପଡିଆ ନାହିଁ । ତେବେ ଏପରି ପରିସ୍ଥିତିରେ ବିନା ଖେଳ ପଡିଆରେ ଛାତ୍ରଛାତ୍ରୀମାନଙ୍କ କ୍ରୀଡାର ବିକାଶ କିପରି ହୋଇ ପାରିବ ବୋଲି ଆଜି ବଲାଙ୍ଗିର ସଦର ବ୍ଲକସ୍ଥିତ ଚନ୍ଦନଭାଟିର ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଆୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନୂଆ ଓରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ କହିଛନ୍ତି । ଏ ଅବସରରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ୫ଟି ଯୋଜନା ମାଧ୍ୟମ ସରକାର ଅନେକ ସ୍କୁଲର ସୌନ୍ଦର୍ଯ୍ୟିକରଣ କରିଛନ୍ତି ସତ କିନ୍ତୁ ଶିକ୍ଷା ଆହରଣ ପାଇଁ ଦରକାର ମୁଖ୍ୟ ଉପାଦାନ ଶିକ୍ଷକ, ଅଧ୍ୟାପକ ସବୁ ଶିକ୍ଷାନୁଷ୍ଠାନରେ ଘୋର ଅଭାବ ଦେଖାଦେଇଛି । ଏପରି ସ୍ଥଳେ ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ଆହରଣ କରିବେ କେମିତି ? ଶିକ୍ଷା ଭିତ୍ତିଭୂମି ବିକାଶ ସାଙ୍ଗକୁ ଏହାର ସୌନ୍ଦର୍ଯ୍ୟିକରଣ ମଧ୍ୟ ଦରକାର କିନ୍ତୁ ଏହା ବି ସତ୍ୟ ଯେ ପୁରାତନ କାଳରେ ଗଛବୃକ୍ଷ ତଳେ ମଧ୍ୟ ପାଠ ପଢି ଅନେକ ମହାମନୀଷୀ ସୃଷ୍ଟି ହୋଇ ପାରିଛନ୍ତି । ଏହା ସମ୍ଭବ ହୋଇ ପାରିଛି କେବଳ ସେସମୟର ଉତ୍ତମ ଶିକ୍ଷକମାନଙ୍କ ଦ୍ୱାରା । ତେଣୁ ବର୍ତ୍ତମାନ ସରକାର ସବୁ ଶିକ୍ଷାନୁଷ୍ଠାନରେ ଉତ୍ତମ ଶିକ୍ଷକ କର୍ମଚାରୀ ପ୍ରଦାନ କରିବା ଦରକାର । ତାହା ହେଲେ ହିଁ ଶିକ୍ଷାର ବିକାଶ ହୋଇପାରିବ ଏବଂ ଅଂଚଳର ଆର୍ଥିକ ସାମାଜିକ ବିକାଶରେ ଏହା ସହାୟକ ହେବ । ଏ ଅବସରରେ ଛାତ୍ରଛାତ୍ରଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଜସ୍ମିନ ନନ୍ଦ ଧନ୍ୟବାଦ ଦେଇ ସଭା ଶେଷ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.