pakka

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ତ୍ରୁଟିପୂର୍ଣ୍ଣ : ସରୋଜ ସାମଲ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂମ୍ପ୍ରତ୍ତି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ବ୍ୟବସ୍ଥାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ବରଗଡ ଜିଲ୍ଲା ପଞ୍ଚାୟତ ରାଜ ବିଭାଗ ତରଫରୁ ପ୍ରକାଶ ପାଇଛି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଆଦିବାସୀ ହରିଜନ ଏବଂ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ, ଜନସଂଖ୍ୟାର ଅନୁପାତ ସହ ଜାତି ଭିତ୍ତିକ ଜନସଂଖ୍ୟାର ଆଧାର ଏବଂ ଚାରିବର୍ଷର ସଂରକ୍ଷଣ ସ୍ଥିତିକୁ ଅନୁସରଣ କରି ଚଳିତ ନିର୍ବାଚନ ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ସ୍ଥିର କରାଯିବା କଥା କିନ୍ତୁ ପାଇକମାଲ ବ୍ଲକରେ ହୋଇଥିବା ସଂରକ୍ଷଣ ପ୍ରକ୍ରିୟା ସମସ୍ତ ସଂରକ୍ଷଣ ବର୍ଗକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବାରେ ବିଫଳ ହୋଇଛି । ଏହା ସାମ୍ବିଧାନିକ ବିଧି ବ୍ୟବସ୍ଥାର ପରିପନ୍ଥୀ ଏଣୁ ଏହାର ପୁନଃ ସମୀକ୍ଷା କରାଯାଇ ସଂଶୋଧନ କରିବାକୁ ବରଗଡ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲ ଦାବୀ କରିଛନ୍ତି । ଏ ସଂର୍ପକରେ ବରଗଡ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଅନଲାଇନ ଓ ସ୍ପିଡ୍‌ ପୋଷ୍ଟ ଜରିଆରେ ପ୍ରଦାନ କରିଥିବା ଅଭିଯୋଗ ଫର୍ଦ୍ଦରେ ସେ ଚର୍ଦାପାଲି ଓ ଭେଙ୍ଗରାଜପୁର ପଞ୍ଚାୟତର ବିଗତ ବର୍ଷମାନଙ୍କର ଧାରାବାହିକ ସଂରକ୍ଷଣ ସ୍ଥିତି ଏବଂ ସଂରକ୍ଷିତ ବର୍ଗମାନଙ୍କର ଅନୁପାତକୁ ସଠିକ୍‌ ଆକଳନ କରାଯାଇ ନାହିଁ । ସେହିପରି ପାଇକମାଲ ପଞ୍ଚାୟତରେ ୯୩୪୫ ଜନସଂଖ୍ୟାରୁ ୬୦୦୦ ଅନ୍ୟାନ୍ୟ ବର୍ଗର ଥିବା ବେଳେ ଉକ୍ତ ପଞ୍ଚାୟତକୁ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରଖିବା ପ୍ରଶାସନିକ କଳ ଉପରେ ସରକାରୀ ଦଳର ଚାପ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି । ପାଇକମାଲ ବ୍ଲକରେ ୨୨ଟି ପଞ୍ଚାୟତରୁ ପଛୁଆବର୍ଗଙ୍କୁ କୌଣସି ପଞ୍ଚାୟତରେ ପ୍ରତିନିଧିତ୍ୱ ନ ଦେବା ଏବଂ ସମସ୍ତ ୩ଟି ଯାକ ଜିଲ୍ଲା ପରିଷଦ ପଦବୀ କେବଳ ଜନଜାତି ପାଇଁ ସଂରକ୍ଷିତ ରଖିବାକୁ ସେ ନାପସନ୍ଦ କରିଛନ୍ତି ବରଗଡ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲ ।

jay balangir
Leave A Reply

Your email address will not be published.

17 − three =