pakka

ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ମାସକରେ ଗଲାଣି ୪ ଜୀବନ : ପାଇକମାଲରେ ବିଭିନ୍ନ ସଂଘ ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ନାଗରିକ କମିଟି, ବଣିକ ସଂଘ, ମାରୱାଡି ଯୁବା ମଞ୍ଚ, ସାମ୍ବାଦିକ ସଂଘ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ନେଇ ମନୋଜ ତ୍ରୀବେଦୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବସ୍ତି ମଧ୍ୟରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ମାସକ ମଧ୍ୟରେ ସଡକ ଦୁର୍ଘଟଣାରେ ୪ ଜଣ ମୃତ୍ୟୁବରଣ କରିଥିବାରୁ ବୈଠକରେ ଦୁଃଖ ପ୍ରକାଶ କରାଯାଇଥିଲା । ନବୋଦୟ ରାସ୍ତା ପୋଲ ପାଖରୁ ପାଇକମାଲ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା ମଝିରେ ଡିଭାଇଡର ସ୍ଥାପନ କରିବା ପାଇଁ ପୂର୍ତ୍ତ ବିଭାଗ ଏସଡିଓ ଜିତେନ୍ଦ୍ର ମେହେର ଓ କାର୍ଯ୍ୟନିର୍ବାହି ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି । ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ମାସକରେ ଗଲାଣି ୪ ଜୀବନ । ଏଥି ପାଇଁ ଆସନ୍ତା ୨୫ ତାରିଖ ସୋମବାର ଦିନ ପାଇକମାଲର ବିଭିନ୍ନ ସଂଗଠନ କର୍ମକର୍ତ୍ତା ମାନେ ଛକରେ ଏକତ୍ରିତ ହୋଇ ଧାରଣାରେ ବସିବେ ବୋଲି ସୁଚନା ମିଳିଛି । ଏହା ପରେ ଏକ ଶୋଭାଯାତ୍ରାରେ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳଙ୍କ ଉଦ୍ଦ୍ୟେଶରେ ଏକ ଦାବୀପତ୍ର ବିଡିଓଙ୍କୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ନିଳମଣି ପଣ୍ତା ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ରାମରତନ ପୁରୋହିତ, ଯୁଗଳ କିଶୋର ମେହେର, ବଡ ଶତପଥି, ସୁରଥ ସାହୁ, ଧିରେନ ମହାନ୍ତି, ମାନସ ନାୟକ, ବିଦ୍ୟାଧର ସାହୁ ପ୍ରମୁଖ ଆଲୋଚନରେ ଅଂଶଗ୍ରହଣ କରଥିଲେ । ଶେଷରେ ଧର୍ମଶାଳାର ସଭାପତି ଦିଲ୍ଲୀପ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

4 + fifteen =