csstore

ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଘେରିଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ନାହିଁ ନାହିଁରେ ଚାଲିଛି ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନାର ସ୍ୱାସ୍ଥ୍ୟ ସେବା, ବିଭିନ୍ନ ସମସ୍ୟାକୁ ନେଇ ପଦ୍ମପୁର ବିଜେପିର ଏକ ପ୍ରତନିଧି ଦଳ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଦୀର୍ଘ ଦୁଇ ଘଣ୍ଟା କାଳ ଘେରିଥିଲେ । ଦୀର୍ଘ ଦିନ ହେଲା ଏକ୍ସରେ ଟେକନିସିଆନ୍ ନ ଥିବା ଦ୍ଵାରା ଏକ୍ସରେ ରୁମ୍‌ରେ ତାଲା ଝୁଲୁଛି । ଏହା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀମାନେ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ପୂର୍ବରୁ ଚେତାବନୀ ଦେଇଥିବା ସତ୍ତ୍ବେ ଟେକନିସିଆନ୍ ଯୋଗ ନ ଦେଇଥିବାରୁ ପ୍ରତିନିଧି ଦଳ ଦାବୀ କରିଥିଲେ ଯେ ପର୍ଯ୍ୟନ୍ତ ଏକ୍ସରେ ଟେକନିସିଆନ୍ ଯୋଗ ନ ଦେଇଛନ୍ତି ଆମେ ଅଫିସ୍ ଛାଡ଼ିବୁ ନାହିଁ ବୋଲି, ଉପଖଣ୍ଡ ଚିକିତ୍ସାଧିକାରୀ ଅନୁରୋଧ କରିବା ସତ୍ତ୍ବେ ପ୍ରତିନିଧି ଦଳ ନିଜ ଜିଦ୍‌ରେ ଅଟଳ ରହିଥିଲେ । ତା’ପରେ ଉପଖଣ୍ଡ ଚିକିତ୍ସାଧିକାରୀ ତହସିଲ ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡାଙ୍କ ସହ କଥା ହେଇ ଆଗାମୀ ୨୧ ତାରିଖ ସୁଦ୍ଧା ପଦ୍ମପୁର ଡାକ୍ତରଖାନାରେ ଏକ୍ସରେ ଟେକନିସିଆନ୍ ଯୋଗ ଦେବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଏବଂ ସାଂସଦ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ ଆଉ ତିନି ଦିନ ଅପେକ୍ଷା କରିବା ପାଇଁ, ଅଧିକାରୀମାନଙ୍କ ଅନୁରୋଧକୁ ସମ୍ମାନ ଜଣାଇ ପ୍ରତିନିଧି ଦଳ ନିଜ ଜିଦ୍‌ରୁ ଓହରି ଥିଲେ ଏବଂ ଆଗାମୀ ୨୨ ତାରିଖ ସୁଦ୍ଧା ଯଦି ଏକ୍ସରେ ଟେକନିସିଆନ୍ ଯୋଗ ନ ଦିଅନ୍ତି ତା’ହେଲେ ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ଚେତାବନୀ ଦେଇଥିଲେ । ଆଲୋଚନା ସମୟରେ ଉପଖଣ୍ଡ ଚିକିତ୍ସାଧିକାରୀ ପଦ୍ମପୁର ଡାକ୍ତରଖାନାରେ ଅନେକ ସମସ୍ୟା ରହିଥିବା କହିଥିଲେ । ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର, କର୍ମଚାରୀ ଅଭାବ, ଏମ୍‌ସିଏଚ୍‌ କୋଠାର ଲିଫ୍ଟ ଚାଲୁ ନ ଥିବା କହିଥିଲେ, ଏମିତି ଅନେକ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ବିଜେପି ପ୍ରତିନିଧି ଦଳ ମଧ୍ୟ ପ୍ରୟାସ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ, ଏ ପ୍ରତିନିଧି ଦଳରେ ଦଳର ବରିଷ୍ଠ ନେତା ତଥା ନଗର ଉପସଭାପତି ଡାକ୍ତର ନାରାୟଣ ପୁରୋହିତ, ନଗର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର, ଟାଣୁଆ ନେତା ନିରୋଜ ଦାସ ଏବଂ ପଦ୍ମପୁର ଏନ୍‌ଏସି ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.