jsm

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ -୨୦୨୫ ଅନୁଷ୍ଠିତ

csstore

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ତରଭା ବ୍ଲକ ଚାରଭଟା ପି.ଏମ୍‌ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗି ଫୁଲ -୨୦୨୫ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ, ସମ୍ମାନିତ ଅତିଥି ଭାବରେ ଏଡିଏମ୍‌ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିକ୍ଷା ନିରୀକ୍ଷକ ନରହରି ଜାନୀ ଓ ସଭାପତି ତଥା ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତା ନନ୍ଦ ସିଂ ଯୋଗ ଦେଇଥିଲେ । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲାପାଳ ବେଲୁନ ବିକାଳି ଗଳ୍ପ ମାଧ୍ୟମରେ ପିଲାଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରିବା ସହ ଉତ୍ସାହିତ କରିଥିଲେ । ପଙ୍କରୁ ପଦ୍ମ ଫୁଟିବା ଭଳି ଆଦିବାସୀ ସଂପ୍ରଦାୟର ପିଲାଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଓ ପ୍ରତିଭା ଭରି ରହିଛି ବୋଲି ଏଡିଏମ୍ ଶ୍ରୀମତୀ ପଧାନ ମତ ରଖିଥିଲେ । ପରିଶ୍ରମ ଓ ସମୟାନୁବର୍ତ୍ତିତା ବିଷୟରେ ପରାମର୍ଶ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଉପ ଜିଲ୍ଲାପାଳ ସୌମ୍ୟାରୂପା ରଥ, ତରଭା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଙ୍ଗାରାମ ବୁଡେକ ପ୍ରମୁଖ ଯୋଗଦାନ କରି ସୃଜନଶୀଳତା, ସୃଜନଶୀଳ ଲିଖନ, ବକ୍ତୃତା, ଚିତ୍ର, ଓପନ ସ୍ଲୋଗାନ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।

yuvodaya
Leave A Reply

Your email address will not be published.