jayashree

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ୍ : ଝାରସୁଗୁଡ଼ା ପ୍ରୋଗ୍ରେସିଭକୁ ହରାଇ ଫାଇନାଲରେ ରାଞ୍ଚି ମେକନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ରାଜିଂ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ୨୯ ତମ ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଝାରସୁଗୁଡ଼ା ପ୍ରୋଗ୍ରେସିଭକୁ ହରାଇ ରାଞ୍ଚି ମେକନ ଫାଇନାଲକୁ ପହଞ୍ଚିଛି । ଉଦଘାଟନୀ ଉତ୍ସବରେ ଛିନ୍ଦେଇକେଲା ହାଇସ୍କୁଲ ପ୍ରଧାନ ଶିକ୍ଷକ କାହ୍ନୁଚରଣ ମେହେର ଓ ସମ୍ମାନିତ ଅତିଥି ଭାବେ ଗୋପିନାଥ ଗ୍ରୁପ୍ ଅଫ୍ ଇଣ୍ଟିଚ୍ୟୁଟ ପ୍ରୋପାଇଟର ହେମସିଂ ମାଝୀ, ସମାଜସେବୀ ବିକ୍ରାନ୍ତ ଶେଖର ବିଶି ଯୋଗଦେଇ ଖେଳ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । ଝାରସୁଗୁଡ଼ା ପ୍ରୋଗ୍ରେସିଭ ଦଳ ପ୍ରଥମ ବ୍ୟାଟିଂ କରି ୧୭.୪ ଓଭରରେ ସମସ୍ତ ୱିକେଟ ‌ହରାଇ ୮୮ ରନ ସଂଗ୍ରହ କରିଥିଲେ । ରାଞ୍ଚି ଦଳରୁ ଅନୁଜ ସିଂ ୪, ଅନିବନ ଚାଟାର୍ଜୀ ୨, କ୍ୱାଇଜ ମହମ୍ମଦ ୨ ଓ ସୁମିତ ସୌରଭ, ଅକସତ ଝା ୧ ୱିକେଟ ଲେଖାଏଁ ନେଇଥିଲେ । ୮୯ ବିଜୟ ଲକ୍ଷ୍ୟ ନେଇ ରାଞ୍ଚି ମେକନ ଦଳ ୧୪.୧ ଓଭରରେ ୬ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲେ । ଦଳ ପକ୍ଷରୁ ଭିସ୍ତଳ ତିୱାରି ସର୍ବାଧିକ ୨୫ ରନ ସଂଗ୍ରହ କରିଥିଲେ । ଝାରସୁଗୁଡ଼ା ଦଳରୁ ଭୈରବ ରାଏ ସର୍ବାଧିକ ୩ ୱିକେଟ ନେଇଥିଲେ । ଓସିଏ ଅମ୍ପାୟାର ଅମୀୟ ଭୂଷଣ ସାହୁ ଓ ଅକ୍ଷୟ ସାହାଣୀ ଖେଳ ପରିଚାଳନା କରିଥିଲେ । ବୁନିଲ କୁମାର ସାହୁ, ରିଷଭ ସାହୁ ଓ ଧିରେଶ କୁମାର ସାହୁ ସ୍କୋରର ଥିବା ବେଳେ ରମେଶ ଚନ୍ଦ୍ର ସାହୁ, ନରେନ୍ଦ୍ର ନାଏକ, ଜୟେକ୍ରିଷ୍ଣା ସୁନାନୀ ଓ ପ୍ରହଲ୍ଲାଦ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୁବନେତା ତଥା ନୂଆପଡ଼ା ଜିଲ୍ଳା ବିଜେପି ଯୁବାମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ସୁଶାନ୍ତ କୁମାର ପତି, ଶିବ ପ୍ରସାଦ ରଥ, ହେମ ସିଂ ମାଝୀ, ବିକ୍ରାନ୍ତ ଶେଖର ବିଶି, କାହ୍ନୁଚରଣ ମେହେର, ମନୋଜ କୁମାର ସାହୁ, ସଦାନନ୍ଦ ବିଶି, ହେମ କୁମାର ସାହୁ, ନନ୍ଦି କିଶୋର ନନ୍ଦ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରାଞ୍ଚି ଦଳର ଅନୁଜ ସିଂଙ୍କୁ ପ୍ଳେୟାର ଅଫ୍ ଦି ମ୍ୟାଚ୍‌ ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ହେମସାଗର ସାହୁ, ରୋହିତ ସାହୁ, ପ୍ରଶାନ୍ତ ସାହୁ, ସ୍ୱତନ୍ତ୍ର ସାହୁ, ବିନନ୍ଦ ସାହୁ, ଆନନ୍ଦ ସାହୁ, ମଣ୍ଟୁ ସାହୁ, ନରେଶ ସାହୁ, ଜତୀନ ସାହୁ, କାହ୍ନୁଚରଣ ସାହୁ ଉପସ୍ଥିତ ଥିବାବେଳେ ଆକାଶ ସାହୁ, ଆଦର୍ଶ ସାହୁ, ଜୟକିଶୋର ସୁନା, ରୂପକ ସେଠ, ସୁପିନ ସାହୁ, ସତ୍ୟ ସାହୁ, ଦୀପକ ସାହୁ, ବିଲାସ ବେହେରା, ବିକାଶ ବେହେରା, ପୁସ୍ତମ ବଗର୍ତ୍ତି, ପ୍ରକାଶ ସେଠ, ସଞ୍ଜୀବ ରଣା, ସୁରଜ୍ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ମଙ୍ଗଳବାର ରାଞ୍ଚି ମେକନ(ଝାଡ଼ଖଣ୍ଡ ) ଓ ପ୍ରୟାଗରାଜ(ୟୁପି )ମଧ୍ୟରେ ଫାଇନାଲ ମ୍ୟାଚ୍‌ ମୁକାବିଲା ହେବ ବୋଲି ଆୟୋଜକ ସଭାପତି ଯତୀନ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.