pakka

ଖପ୍ରାଖୋଲ ରାଜନୀତି ସରଗରମ, ସରପଞ୍ଚ ଆଶାୟୀ ଅଧିକ

bbehera

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ରାଜନୀତି ସରଗରମ ହୋଇପଡିଛି । ଚଳିତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ଅଧିକ ଆଶାୟୀ ପ୍ରାର୍ଥୀ ଥିବା ଦେଖିବାକୁ ମିଳିଛି । ନାମାଙ୍କନ ପତ୍ର ଦାଖଲର ୪ର୍ଥ ଦିନରେ ସରପଞ୍ଚ ପଦ ପାଇଁ ୪୮ ଜଣ, ସମିତି ସଭ୍ୟ ପାଇଁ ୩୩ ଜଣ ଏବଂ ୱାର୍ଡସଭ୍ୟ ପାଇଁ ୧୨୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଏହି ବ୍ଲକର ୨୧ଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ୯୧ ଜଣ, ସମିତି ସଭ୍ୟ ପାଇଁ ୭୩ ଜଣ ଏବଂ ୱାର୍ଡସଭ୍ୟ ପାଇଁ ସମୁଦାୟ ୨୮୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜିପିଇଓ ସୁଶାନ୍ତ କୁମାର ପାଣି ସୂଚନା ଦେଇଛନ୍ତି । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ପ୍ରସ୍ତୁତ ହେଉଥିବା ଜାଣିବାକୁ ମିଳିଛି ।

Leave A Reply

Your email address will not be published.

one × 5 =