pakka

ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନ ପାଇଁ ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଚତୁର୍ଥ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନ କରି ଗତକାଲି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ/ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ/ପ୍ରାର୍ଥିନୀମାନେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାନଙ୍କରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଦିନରେ ଜିଲ୍ଲାରେ ବିଭିନ୍ନ ପଦ ପଦବୀ ନିମନ୍ତେ ବହୁସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ଜଣାପଡିଛି । ଏହି କ୍ରମରେ ସୋନପୁର ବ୍ଲକରେ ୯୫ ଜଣ ୱାର୍ଡ ମେମ୍ବର, ୧୫ ଜଣ ସରପଞ୍ଚ ୨୧ ଜଣ ସମିତି ସଭ୍ୟ, ଉଲୁଣ୍ଡା ବ୍ଲକରେ ୧୦୮ ଜଣ ୱାର୍ଡ ମେମ୍ବର, ୨୫ ଜଣ ସରପଞ୍ଚ, ୨୫ ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକରେ ୧୦୮ ଜଣ ୱାର୍ଡମେମ୍ବର, ୨୬ ଜଣ ସରପଞ୍ଚ ଓ ୨୩ ଜଣ ସମିତି ସଭ୍ୟ, ଡୁଙ୍ଗୁରିପାଲି ବ୍ଲକରେ ୧୩୮ ଜଣ ୱାର୍ଡମେମ୍ବର, ୩୬ ଜଣ ସରପଞ୍ଚ, ୨୯ ଜଣ ସମିତି ସଭ୍ୟ, ତରଭା ବ୍ଲକରେ ୧୧୭ ଜଣ ୱାର୍ଡମେମ୍ବର, ୧୯ ଜଣ ସରପଞ୍ଚ, ୧୬ ଜଣ ସମିତି ସଭ୍ୟ ଓ ବିନିକା ବ୍ଲକରେ ୯୭ ଜଣ ୱାର୍ଡମେମ୍ବର, ୩୦ ଜଣ ସରପଞ୍ଚ, ୨୧ ଜଣ ସମିତି ସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ଗତକାଲି ୧୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହିସାବରେ ଜୋନ୍ ୧ ପାଇଁ ବିଜୁ ଜନତା ଦଳ ତରଫରୁ ରଞ୍ଜିତ କୁମାର ରଥ, ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଲବ କୁମାର ସାହୁ, ଭାରତୀୟ ଜନତା ପାର୍ଟିରୁ ଶରତ କୁମାର ମିଶ୍ର, ଜୋନ୍ ୨ ପାଇଁ ଭାରତୀୟ ଜାତୀୟ କଂଗ୍ରେସରୁ ରାଜଗୋପାଳ ପାଣିଗ୍ରାହୀ, ବିଜୁଜନତା ଦଳରୁ ଚନ୍ଦ୍ର କାନ୍ତି ଦନ୍ତା, ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଉଲୁଣ୍ଡା ଜୋନ୍ ୧ ପାଇଁ ବିଜୁ ଜନତା ଦଳ ତରଫରୁ ବିଜୟ ଲକ୍ଷ୍ମୀ ତରିଆ, ଭାରତୀୟ ଜାତୀୟ କଂଗ୍ରେସରୁ ଛଇଳ ସାଗର, ବହୁଜନ ସମାଜ ପାର୍ଟିରୁ ମମତାରାଣୀ ବାରିକ ଏବଂ ଜୋନ୍ ୨ ପାଇଁ ବିଜୁ ଜନତା ଦଳ ତରଫରୁ ଝସକେତନ ବଘାର, ଭାରତୀୟ ଜନତା ପାର୍ଟିରୁ ଚନ୍ଦ୍ରହାସ ଦଳେଇ ଏବଂ ସିପିଆଇଏମ୍ଏଲ୍‌ରୁ କୁଶ ମହାକୁର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

7 + 8 =