pakka

ସରକାରୀ ଯୋଜନା ଯୋଜନାରେ ରହୁଥିବା ବେଳେ ସରକାରୀ ସୁବିଧାରୁ ବଞ୍ଚିତ ପ୍ରକୃତ ଯୋଗ୍ୟ ହିତାଧିକାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ହିତରେ ମାଲ ମାଲ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଯୋଜନା ସବୁ ବାଟମାରଣା ହେଉଥିବାର ଦୃଷ୍ଟିଗୋଚର ହେଉଛି ଖପ୍ରାଖୋଲ ବ୍ଲକରେ । ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ନାଗଡେରା ଗ୍ରାମରେ ଅନେକ ଯୋଗ୍ୟହିତାଧିକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ପଂଚାୟତ ଏବଂ ବ୍ଲକକୁ ଦୌଡ଼ି ଦୌଡ଼ି ନିୟାନ୍ତ ହୋଇଗଲେଣି ହିତାଧିକାରୀମାନେ । କିନ୍ତୁ ଦୁଃଖର ବିଷୟ ନା ଶୁଣୁଛନ୍ତି ସ୍ଥାନୀୟ ସରପଞ୍ଚ ନା ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଗ୍ରାମରେ ଜଳୁଥିବା ଷ୍ଟ୍ରେଟ ଲାଇଟ ମଧ୍ୟ ଅନେକ ଦିନରୁ ବନ୍ଦ ଅଛି । ଏନେଇ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାର ଅଞ୍ଚଳବାସୀ ଅଭିଯୋଗ କରିଥିଲେ । ଏ ବିଷୟରେ ଅଞ୍ଚଳବାସୀ ସେବା ଚାରିଟେବଲ ଟ୍ରଷ୍ଟକୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଟ୍ରଷ୍ଟର ସଭ୍ୟ ଧର୍ମରାଜ ବରିହା ଏବଂ ଶଶିକାନ୍ତ ଧରୁଆଙ୍କ ନେତୃତ୍ୱରେ ଏକ ଟିମ ନାଗଡେରା ଗ୍ରାମକୁ ଯାଇଥିଲେ ସେଠାରେ ଯୋଗ୍ୟ ହିତାଧିକାରୀ ମାନଙ୍କ ସହିତ କଥାବାର୍ତ୍ତା ହୋଇ ତାଙ୍କର ସମସ୍ତ ଦସ୍ତାବିଜ ସଂଗ୍ରହ କରି ଖୁବ ଶୀଘ୍ର ଯୋଗ୍ୟହିତାଧିକାରୀ ମାନଙ୍କୁ ସରକାରୀ ସୁବିଧା ଯୋଗାଇଦିଆଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟ୍ରଷ୍ଟ ଉପସଭାପତି ଶ୍ରୀ ଗିରିଧାରୀ ଭୋଇ ପ୍ରକାଶ କରିଛନ୍ତି । ସେବା ଚାରିଟେବଲ ଟ୍ରଷ୍ଟର ଅପହଞ୍ଚ ଅଞ୍ଚଳରେ ସରକାରୀ ସହାୟତା ପହଞ୍ଚାଇବାର ପ୍ରୟାସକୁ ଅଞ୍ଚଳବାସୀ ଧନ୍ୟବାଦ ଜଣେଇଛନ୍ତି ।

Leave A Reply

Your email address will not be published.

16 + nineteen =