ସରକାରୀ ନିୟମକୁ ବେଖାତିର ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ନିଲଜୀପତ୍ରା ଗ୍ରାମର ମୁକ୍ତେଶ୍ଵର ଭୋଇ ଆଣିଛନ୍ତି ନନ୍ଦଲାଲ ରାତ୍ରେଙ୍କ ନାମରେ ଏପରି ଅଭିଯୋଗ । ମେଜର ବନ୍ଦୋବସ୍ତ ଖାତା ନଂ ୧୬୧ ରେ ଥିବା ପ୍ଲଟ ନଂ ୧୧୨୧ ମାଲ ସାଧାରଣ ରକବା ଏ. ୧.୯୩ ଡ଼ିସିମିଲ ହେଉଛି ମୁକ୍ତେଶ୍ଵର ଭୋଇଙ୍କ ପିତା ଅନି ଭୋଇଙ୍କ ନାମରେ । ହେଲେ ଅପରପକ୍ଷ ନନ୍ଦଲାଲ ରାତ୍ରେ ପିତା ଶ୍ୱେତରାମ ରାତ୍ରେ ଜୋର ଜବରନ ଉକ୍ତ ଜମି ଉପରେ ନିଜର ଅଧିକାର ଦାଖଲ କରିଛନ୍ତି । ଏ ନେଇ ମୁକ୍ତେଶ୍ଵର ତହସିଲଦାର ଝାରବନ୍ଧ ଏବଂ ଜଗଦଳପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ଏବଂ ପଦ୍ମପୁର ସିଭିଲକୋଟରେ ମଧ୍ୟ କେଶ ନଂ୬୭/୨୦୧୯ ୟୁ/ଏସ୍‌ ୧୪୪(୨) ସିଆର୍‌ପିସି. ଜାରି କରାଯାଇଥିଲା । ଏହା ସତ୍ୱେ ମଧ୍ୟ ଅପର ପକ୍ଷର ଏହି ନିୟମକୁ ଉଲଂଘନ କରି ଉକ୍ତ ଜମିରେ ଚାଷ ଆରମ୍ଭ କରିଥିଲେ । ମୁକ୍ତେଶ୍ଵର ଏହାର ପ୍ରତିବାଦ କରିବାରୁ ନନ୍ଦଲାଲ ଟାଙ୍ଗିଆ, ଫାଡୁଆରେ ମାରିଦେବା ପାଇଁ ଧମକ ଦେଇ ସେଠାରୁ ତଡି ଦେଇଥିଲେ । ସରକାରଙ୍କ ନିୟମକୁ ବେଖାତିର କରି ନନ୍ଦଲାଲ ରାତ୍ରେ ଜୋର ଜବରଦସ୍ତ ମୁକ୍ତେଶ୍ଵର ଭୋଇଙ୍କ ଜମି ଅଧିଗ୍ରହଣ କରିବା ଏକ ନିନ୍ଦନୀୟ ଏବଂ ଅପରାଧଜଣନ ଘଟଣା ହୋଇଥିବାରୁ ବର୍ତମାନ ମୁକ୍ତେଶ୍ଵର ଏବଂ ସପରିବାର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.