oom

ପୋଷଣଯୁକ୍ତ ଖାଦ୍ୟ ନିରାପତ୍ତା ସମ୍ପର୍କିତ ରାଜ୍ୟସ୍ତରୀୟ ଅଭିଯାନ : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବାକୁ ସାମାଜିକ ସଂଗଠନର ଦାବୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ଲୋକ ଉନ୍ନତି ସଂଗଠନ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବା ଦାବୀରେ ଏକ ବ୍ଲକ ସ୍ତରୀୟ ଅଭିଯାନ “କୁପୋଷଣ ଯଦି କରିବା ଦୂର, ଡାଲି-ତେଲ-ଲୁଣ ନିଶ୍ଚିତ କର” ଆରମ୍ଭ ହୋଇଯାଇଛି । ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶାର ଆହ୍ଵାନ କ୍ରମେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ଲୋକ ଉନ୍ନତି ସଂଗଠନ ପକ୍ଷରୁ ଏକ ଦାବୀପତ୍ର ଜିଲ୍ଲାଧିକାରୀ, ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଓ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ।


କୋଭିଡ ସମୟରେ ରାଜ୍ୟ ସରକାର ବିପିଏଲ/ପିଡିଏସ ହିତାଧିକାରୀଙ୍କୁ ଅତିରିକ୍ତ ଭାବେ ପରିବାର ପିଛା ପ୍ରତି ମାସ ୧ କିଲୋ ଡାଲି ପ୍ରଦାନ କରୁଛନ୍ତି । କିନ୍ତୁ ଦୁଖର ବିଷୟ ସରକାର ଏହାକୁ ନଭେମ୍ବର ମାସରୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ତେଣୁ ଏହାକୁ ବନ୍ଦ ନ କରି ଅତିକମରେ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିବା, କିଲୋ ପିଛା ୧୦ ଟଙ୍କା ରିହାତି ମୂଲ୍ୟରେ ଅତିରିକ୍ତ ୨ କିଲୋ ଡାଲି, ୧ କିଲୋ ଖାଇବା ତେଲ ଏବଂ ୧ କିଲୋ ଆୟୋଡିନ ଯୁକ୍ତ ଲୁଣ ମାଗଣାରେ ପ୍ରଦାନ ବ୍ୟବସ୍ଥା କରିବା ପ୍ରମୁଖ ଏହି ଦାବୀ ପତ୍ରରେ ଉଲ୍ଲେଖ ରହିଛି ।
ସୂଚନାଯୋଗ୍ୟ ଯେ, ସଂଗଠନ ପକ୍ଷରୁ ନିକଟରେ କୋଭିଡ ସମୟରେ ରାଜ୍ୟ ସରକାର ଦେଉଥିବା ଡାଲିର ବ୍ୟବହାର ଏବଂ ଏହାର ପୋଷଣଯୁକ୍ତ ନିରାପତ୍ତା ଉପରେ ପ୍ରଭାବ ସମ୍ପର୍କରେ ବଲାଙ୍ଗିର ବ୍ଲକ ଓ ଦେଓଗାଁ ବ୍ଲକର ପରିବାରକୁ ନେଇ ଏକ ଅନଲାଇନ ସର୍ଭେ କରାଯାଇଥିଲା, ଯେଉଁଥିରେ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଡାଲି, ଖାଇବା ତେଲ ଏବଂ ଲୁଣ ଦେବା ସପକ୍ଷରେ ଉତ୍ତରଦାତାମାନେ ମତ ରଖିଥିଲେ ଏବଂ ଏହା କୁପୋଷଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ମତପୋଷଣ କରିଥିଲେ ।
ଏହି ବ୍ଲକ ସ୍ତରୀୟ ଅଭିଯାନର ଉଦଘାଟନୀ କାର୍ୟ୍ୟକ୍ରମରେ ସଂଗଠନର ସଭାପତି/ସମ୍ପାଦକ କ୍ଷୀରୋଦିନୀ ପୋଢ, ସେଵତି ଭୋଇ , ଶାନ୍ତି ଭୋଇ, ସ୍ୱର୍ଣ୍ଣଲତା ନାୟକ, ରୂପଧର ପୁଟା, ପୀତାମ୍ବର ପ୍ରଧାନ, ସୁଶିଲ ନନ୍ଦ, ପୁରେନ୍ଦ୍ର ଭୋଇ, ବିଦ୍ୟାଧର ଜାଲ୍, ବିକ୍ର ସାହୁ,
ସଂଗଠନର ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ତୁରନ୍ତ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ ଜଣାଇଥିଲେ ।

jittmm
Leave A Reply

Your email address will not be published.