ବଲାଙ୍ଗିର ଜିଲ୍ଲାରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଥିବା ବଲାଙ୍ଗିର ଜିଲ୍ଲା ମୁଖ୍ୟ ଭେଷଜ ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅଭିଯାନ ୨୧ ସେପ୍ଟେମ୍ବର ଠାରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ଏହି ଅଭିଯାନ ମାଧ୍ୟମରେ ୧ରୁ ୧୯ ବର୍ଷ ବୟସ୍କ ପିଲାଙ୍କୁ ଘରକୁ ଘର ଯାଇ ନିରାପଦ କୃମିନାଶକ ଔଷଧ ବିନା ମୂଲ୍ୟରେ ଖାଇବାକୁ ଦିଆଯିବ । ବଲାଙ୍ଗିର ଜିଲ୍ଲାରେ ୧ରୁ ୧୯ ବର୍ଷ ପର୍ଯ୍ୟନ୍ତ ୪,୬୮,୨୭୭ ଜଣ ପିଲାଙ୍କୁ କୃମିନାଶକ ଔଷଧ ଦେବାପାଇଁ ଧାର୍ଯ୍ୟ କରାଯାଇଛି । ଅଙ୍ଗନୱାଡ଼ି ଦିଦି, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ସଂପୃକ୍ତ ବୟସ ସୀମାର ପିଲାଙ୍କୁ ଏହି କୃମିନାଶକ ଔଷଧ ଖୁଆଇବେ । ଏହି ଅଭିଯାନ ସମୟରେ କରୋନା ପ୍ରତିରୋଧ ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମ ପାଳନ କରିବାକୁ ଅଙ୍ଗନୱାଡ଼ି ଦିଦି, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି । ସେପ୍ଟେମ୍ବର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଏହି ଅଭିଯାନ ମାଧ୍ୟମରେ ୧ରୁ ୧୯ ବର୍ଷ ବୟସ୍କ ପିଲାମାନଙ୍କୁ କୃମିନାଶକ ଔଷଧ ଖୁଆଇ ସେମାନଙ୍କୁ ପୁଷ୍ଟିହୀନତା, ରକ୍ତହୀନତା ଠାରୁ ଦୂରେଇ ରଖିବା ସହ ଏହି ଅଭିଯାନରେ ସହଯୋଗ କରିବା ପାଇଁ ସମସ୍ତ ଅଭିଭାବକମାନଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.