shyamal

ଅବସରର ୪ ବର୍ଷ ପରେ ବି ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିନି ଅବସରକାଳୀନ ଟଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୦୧୬ ମସିହାରେରେ ଶିକ୍ଷା ଦାନରୁ ଅବସର ନେଇଥିବା ଶିକ୍ଷକମାନଙ୍କୁ ଦେଓଗାଁ ବ୍ଲକରେ ମିଳୁନି ଅବସରକାଳୀନ ଟଙ୍କା ବୋଲି ଅବସରପ୍ରାପ୍ତ ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଶିକ୍ଷା ଦାନରେ ଜଡ଼ିତ ଥିବା ଶିକ୍ଷକ ଭତ୍ତା ଟଙ୍କାକୁ ଆନାଇ ପ୍ରତିଦିନ ଦୌଡୁଛନ୍ତି ବ୍ଲକ ଶିକ୍ଷା କାର୍ୟ୍ୟାଳୟକୁ । କିନ୍ତୁ ବ୍ଳକ ଶିକ୍ଷା ଅଧିକାରୀ ଏକା ସାଙ୍ଗରେ ଦେଓଗାଁ, ଗୁଡ଼ଭେଲା, ପୁଇଁତଲା ବ୍ଲକ ଦାୟିତ୍ୱରେ ରହୁଥିବାରୁ ଏହି ବ୍ଲକଗୁଡିକର କାର୍ୟ୍ୟାଳୟ ଭଗବାନଙ୍‌ଙ୍କ ଭରସାରେ ଚାଲିଛି । ନିଯୁକ୍ତି ପାଇଥିବା କିରାଣୀମାନେ ମନମାନି ଚାଲିଥିବାରୁ ଅବସରକାଳୀନ ଟଙ୍କା ମିଳୁନାହିଁ ବୋଲି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ ମଲ୍ଲିକ ଅଭିଯୋଗ କରିଛନ୍ତି । ସେ ଗତ ୨୦୧୮ ମସିହାରେ ଅବସର ଗ୍ରହଣ କରିଛନ୍ତି ସରକାରଙ୍କ ନିୟମ ଅନୁଯାୟୀ ଅବସର ନେବା ଦିନ ଜିଏସ ଟଙ୍କା, ଗ୍ରୁପ ଇନ୍ସୁରାନ୍ସ, ଦରମା ଟଙ୍କାର ୬୦ ପ୍ରତିଶତ ପ୍ରଦାନ କରିବା କଥା । କିନ୍ତୁ ବିଇଓ ଅନୁପସ୍ଥିତ ରହୁ ଥିବାରୁ ଦିନ ପରେ ଦିନ ଗଡାଉଛନ୍ତି କର୍ମଚାରୀମାନେ ବୋଲି ଅଭିଯୋଗ କରିଛନ୍ତି । ଖାଲି ସେ ଏକା ନୁହଁନ୍ତି, ତାଙ୍କ ଆଗରୁ ଅବସର ନେଇଥିବା ୨୩ ଜଣ ଶିକ୍ଷକଙ୍କ ଏପରି ଫାଇଲ ପଡି ରହିଥିବା ଅବସରପ୍ରାପ୍ତ ଶିକ୍ଷକମାନେ ପ୍ରକାଶ କରିଛନ୍ତି । ବିଶ୍‌ଶ୍ୱସ୍‌ସ୍ତ ସୂତ୍ରରୁ ମିଳିଥିବା ସୂତ୍ର ଅନୁସାରେ, ଏଚଆରଏମଏସ ଅନଲାଇନରେ ଲେଖାଥିଲେ, ସେହି ଜାଗାରେ ରିଟାୟଡ଼ ଲେଖିଦେଲେ ଡିଲିଟ ହୋଇ ଯାଉଥିବାରୁ କମ୍ପ୍ୟୁଟରରୁ ଆଉ ଦେଖା ଯାଉନାହିଁ ବୋଲି ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି । ଏହାକୁ ସୁଧାରିବାକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବ୍ଲକ ଶିକ୍ଷା ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଯଦି ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଟଙ୍କା ଦେବାରେ ଏମିତି ବ୍ୟବସ୍ଥା, ତା ହେଲେ ବ୍ଲକ ଶିକ୍ଷା ବିଭାଗ କେମିତି ଚାଲୁଥିବ ତାହା ସହଜେ ଅନୁମେୟ । ଏଣୁ ବଲାଙ୍ଗିର ଜିଲ୍ଲାପାଳ ଦେଓଗାଁ ଶିକ୍ଷା ବିଭାଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

purusottam
Leave A Reply

Your email address will not be published.