ବରଗଡ଼ ବ୍ଳକ ଅଞ୍ଚଳରେ ଧାନଚାଷରେ ଚକଡ଼ା ପୋକ : ଚାଷୀକୁଳକୁ ଚିନ୍ତା

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ସମୟରେ ଚାଷ କାର୍ୟ୍ୟରେ କଟକଣା କୋହଳ ହେବା ପରେ ଚାଷୀମାନେ ଖୁସିରେ ଚାଷ କାର୍ୟ୍ୟରେ ଲାଗି ପଡିଥିଲେ । କିନ୍ତୁ ଏବେ ଧାନ ଚାଷରେ ଚକଡ଼ା ପୋକ ଚାଷୀକୁଳକୁ ଚିନ୍ତାରେ ପକାଇଛି । ବରଗଡ଼ ବ୍ଳକର ସରସରା, ଖୁଣ୍ଟପାଲି, ଧାଙ୍ଗେର, ଗାଇସୀମା, ଖଣ୍ଡହଥା, ଅଡ଼ଗା, ନୀଲେଶ୍ଵର, ବୀରମାଲ, ସାହାଜବାହାଲ ଆଦି ଅନେକ ଅଞ୍ଚଳମାନଙ୍କରେ ଧାନ ଚାଷରେ ଚକଡ଼ା ପୋକର ପ୍ରାଦୁର୍ଭାବ ବଢ଼ି ଧାନ ଫସଳ ନଷ୍ଟ ହୋଇ ବସିଲାଣି ।

କରୋନା ମହାମାରୀ ସମୟରେ ଚାଷୀକୁଳ ବହୁତ କଷ୍ଟ ସହି ଚାଷ କାର୍ୟ୍ୟ କରିଛନ୍ତି । ସମବାୟ ସମିତ କିମ୍ବା ବ୍ୟାଙ୍କରୁ ଋଣ ନେଇ ଚାଷ କରି ପରିବାରର ଆବଶ୍ୟକତା ପୂରଣର ଆଶା ବାନ୍ଧିଥିବା ବେଳେ ବର୍ତ୍ତମାନ ସମୟରେ ଧାନ ଚାଷରେ ଯେଉଁଭଳି ଭାବରେ ଚକଡ଼ା ପୋକ ଲାଗି ରହିଛି, ଚାଷୀମାନେ ଚକଡ଼ା ପୋକକୁ ଦମନ କରି ଚାଷକୁ ବଞ୍ଚାଇ କିପରି ଅମଳ କରିବ ତାହା ଚାଷୀକୁଳରେ ଚିନ୍ତାର କାରଣ ହୋଇଛି ।

ଆପଣମାନଙ୍କୁ ମନେପକାଇ ଦେଉଛୁ ଯେ, ୨୦୧୮ ଖରିଫ ଚାଷରେ ଏହି ଚକଡ଼ା ପୋକରୁ ନିଜ ଫସଲକୁ ବଞ୍ଚାଇ ନ ପାରି ବରଗଡ଼ ବ୍ଳକର କଳାପାଣୀ ଗାଁର ଚାଷୀ ବୃନ୍ଦା ସାହୁ ନିଜେ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ, ଘଟଣାଟି ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଚକଡ଼ା ପୋକର ଦମନ ପାଇଁ କୀଟନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ ଏହି ପୋକ ବଢିବାରେ ଲାଗିଛି ଏବଂ ଧାନଫସଲ ନ‌ଷ୍ଟ ହେଉଛି । ଗାଁମାନଙ୍କରେ କୃଷ୍ଣି ବିଭାଗୀୟ କର୍ମଚାରୀ ଗଣ ଚାଷୀମାନଙ୍କୁ ସାକ୍ଷାତ କରି ଦିଗଦର୍ଶନ ଦେଇ, ଚକଡ଼ା ପୋକର ଦମନ ପାଇଁ ଚାଷୀମାନେ କିପରି ସରକାରଙ୍କ ଦ୍ଵାରା ପ୍ରଦତ୍ତ କୀଟନାଶକ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେଇ କୀଟନାଶକ ଯୋଗାଇ ଦେଲେ ଚାଷୀମାନେ ଉପକୃତ ହୋଇ ପାରିବେ ।

Leave A Reply

Your email address will not be published.