ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ ବସ୍ ଦୁର୍ଘଟଣା : ଅ‌ଳ୍ପକେ ବର୍ତିଲେ ଯାତ୍ରୀ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ- ଫୁଲବାଣୀ ଜିଲ୍ଲାର ସୀମାନ୍ତ ତଥା ରାଣୀପଥର ଘାଟି ନିକଟରେ ଗତ ରାତିରେ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ର‌ସ୍ତ ହୋଇଥିବା ଜଣାପଡିଛି । କିନ୍ତୁ ଦୁର୍ଘଟଣାରେ କେହି ବି ଯାତ୍ରୀ ଆହତ ହୋଇ ନଥିବା ବେଳେ ବଡ ଦୁର୍ଘଟଣାରୁ ଅ‌ଳ୍ପକେ ବର୍ତିଯାଇଥିବା ଜଣାପଡିଛି । ପ୍ରକାଶ ଯେ, ଉମାକାନ୍ତ ନାମକ (ଓଆର୍ ଜିରୋ ୨ ବିଭି ୫୧୨୭) ଘରୋଇ ବସଟି କାଲି ରାତିରେ ବ୍ରହ୍ମପୁର ଠାରୁ ହୀରାକୁଦ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାଣୀପଥର ଘାଟି ଉପରେ ରାସ୍ତାର ଏକ ପାର୍ଶ୍ୱରେ ବାଡେଇ ହୋଇଥିଲା । ଫଳରେ ଗାଡିରେ ଥିବା ଚାଳକଙ୍କ ସମେତ ସମସ୍ଥ ଯାତ୍ରୀ ଅ‌ଳ୍ପକେ ଦୁର୍ଘଟଣାରୁ ବର୍ତିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.