oom

ବୃଦ୍ଧବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିଣତ ବୟସରେ ବୃଦ୍ଧବୃଦ୍ଧାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ବାର୍ଦ୍ଧକ୍ୟ ଭତ୍ତା ଯୋଜନା କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ପଦ୍ମପୁର ବ୍ଲକରେ । ପଦ୍ମପୁର ବ୍ଲକ ଅନ୍ତର୍ଗତ ଚାରପାଲି ଗ୍ରାମ ପଞ୍ଚାୟତ, ଜ୍ଞାନ ଗ୍ରାମ ପଞ୍ଚାୟତ ଓ ପଲସାପାଲି ଗ୍ରାମ ପଞ୍ଚାୟତରେ କେତେକ ବୃଦ୍ଧବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ତଥା ବିଧବା ଭତ୍ତା ପାଇବା ପାଇଁ ଅନେକ ଥର ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ହାରି ଗୁହାରୀ କରି ପଞ୍ଚାୟତ ଠାରୁ ବ୍ଲକ ପର୍ୟ୍ୟନ୍ତ ବାରମ୍ବାର ଧାଇଁ ଧାଇଁ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ତଥା ବିଧବା ଭତ୍ତା ପାଇ ପାରୁନାହା‌ନ୍ତି ଜ୍ଞାନ ଗ୍ରାମ ପଞ୍ଚାୟତର ଖଲିଆମୁଣ୍ତା ଗ୍ରାମର ଗନ୍ଧର୍ବ ସାହୁ (୬୨), ଚାରପାଲି ପଞ୍ଚାୟତର ଚାରପାଲି ଗ୍ରାମର ସରୋଜିନୀ ବାରିକ (ବିଧବା-୬୭), ମାଳତୀ ଘିଭେଲା (୭୦), ଗୁରୁବାସୀ ପରେକ (୬୭), ପଲସାପାଲି ପଞ୍ଚାୟତର ଅମ୍ବାମୁଣ୍ତା ଗ୍ରାମର ବିପିନ ତାଣ୍ତି (୬୪), ଯଶୋବନ୍ତୀ (୬୪) ପ୍ରମୁଖ । ତେଣୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ଫର୍ମ ପୂରଣ କରି ଭତ୍ତା ପାଇଁ ଆବେଦନ କରିଛନ୍ତି । ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି ।

jittmm
Leave A Reply

Your email address will not be published.