ବଲାଙ୍ଗିର ଜିଲ୍ଲାରେ ଆଜି ୬୮ ଆକ୍ରାନ୍ତ : ୩୦ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୦ ଜଣ ବଲାଙ୍ଗିର ପୌରାଂଚଳରୁ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୱାର୍ଡ ନଂ.୧ରୁ ୧, ୨ରୁ ୧, ୪ରୁ ୧ ୫ରୁ ୨, ୬ରୁ ୧, ୭ରୁ ୨, ୯ରୁ ୩, ୧୧ରୁ ୨, ୧୩ରୁ ୧, ୧୪ରୁ ୩, ୧୫ରୁ ୬, ୧୬ରୁ ୧, ୧୯ରୁ ୧, ୨୦ରୁ ୨, ୨୧ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ଭରସୁଜା ଗ୍ରାମ ପଞ୍ଚାୟତରୁ ୩, ବଡ଼ଟୀକା ଗ୍ରାମ ପଞ୍ଚାୟତରୁ ୨, କୁଟାସିଂଗା ଗ୍ରାମ ପଞ୍ଚାୟତରୁ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରାମ ପଞ୍ଚାୟତରୁ୧, ଦେଓଗାଁ ବ୍ଲକ୍‌ ବନ୍ଧପଡ଼ା ଗ୍ରାମ ପଞ୍ଚାୟତରୁ ୩, ଉପରଝର୍‌ରୁ ଗ୍ରାମ ପଞ୍ଚାୟତରୁ ୧, ଦେଓଗାଁ ଗ୍ରାମ ପଞ୍ଚାୟତରୁ ୧, ମୁକୁନ୍ଦପୁର ଗ୍ରାମ ପଞ୍ଚାୟତରୁ ୨, ପାଟଣାଗଡ଼ ବ୍ଲକ୍‌ ଘଁସିଏନ୍‌ ଗ୍ରାମ ପଞ୍ଚାୟତରୁ ୨, ମରୁଆଁ ଗ୍ରାମ ପଞ୍ଚାୟତରୁ ୧, ଗୁଡ଼ଭେଲା ବ୍ଲକ୍‌ ମାଣ୍ଡେକେଲା ଗ୍ରାମ ପଞ୍ଚାୟତରୁ ୧, ଲୋଇସିଂହା ବ୍ଲକ୍‌ ଜିଏସ୍‌ ଡୁଙ୍ଗୁରିପାଲି ଗ୍ରାମ ପଞ୍ଚାୟତରୁ ୨, କୁସମେଲ ଗ୍ରାମ ପଞ୍ଚାୟତରୁ ୧, ପୁଇଁନ୍ତଲା ବ୍ଲକ୍‌ କୁରୁଲ ଗ୍ରାମ ପଞ୍ଚାୟତରୁ ୩ ଏବଂ ପୁଇଁନ୍ତଲା ଗ୍ରାମ ପଞ୍ଚାୟତରୁ ୧, ସଇଁନ୍ତଲା ବ୍ଲକ୍‌ କୁଇକେଡ଼ା ଗ୍ରାମ ପଞ୍ଚାୟତରୁ ୧, ତୁରେକେଲା ବ୍ଲକ୍‌ ଧଣ୍ଡାମୁଣ୍ଡା ଗ୍ରାମ ପଞ୍ଚାୟତରୁ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୭ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ. ୧ରୁ ୧, ୨ରୁ ୨, ୪ରୁ ୧, ୫ରୁ ୨, ୬ରୁ ୧, ୯ରୁ ୧ ଏବଂ ୧୫ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ସୋନପୁର ଜିଲ୍ଲାର ଜଣେ ମଧ୍ୟ ଆଜିର ଆକ୍ରାନ୍ତଙ୍କ ଲିଷ୍ଟରେ ସ୍ଥାନୀତ ହୋଇଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରୁ ୩୫୪୪ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୯୫ ଜଣ ଏକ୍‌ଟିଭ୍‌ ଅଛନ୍ତି । ୧୫ ଜଣଙ୍କ ପ୍ରାଣହାନୀ ଘଟିଛି ।

Leave A Reply

Your email address will not be published.