ରେଲ ଲାଇନରୁ ଯୁବକର ମୃତ ଦେହ ଉଦ୍ଧାର

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ରେଲ ଷ୍ଟେସନର ଅନତି ଦୂରରେ ପୂର୍ବ ଦିଗରେ ଥିବା ୧୭୦/୭ କି.ମି. ଖୁମ୍ବ ନିକଟରେ ସୋମବାର ସକାଳୁ କଂଟାବାଂଜି ଜି.ଆର.ପି ପୋଲିସ ଏକ ମୃତ ଦେହ ରେଲ ଲାଇନ କଡ଼ରୁ ଉଦ୍ଧାର କରିଛି । ଜି.ଆର.ପି. ପୋଲିସ ଦୀର୍ଘ ସମୟ ଅନୁସଂଧାନ କରିବା ମଧ୍ୟରେ ମୃତ ଯୁବକ ବେଲପଡା ଥାନା ବାଗଦୋର ଗ୍ରାମର ବୋଲି ଚିହ୍ନଟ ହୋଇଛି । ଏହା ପରେ କଂଟାବାଂଜି ଜି.ଆର.ପି. ୟୁ.ଡି. କେସ ନଂ.୨୯/୨୧/୯/୨୦୨୦ ରୁଜୁ କରିଛି । ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ପରିବାରବର୍ଗକୁ ଶବ ହସ୍ତାନ୍ତର କରାଯାଇଛି । ଏହି କେସର ଅନୁସଂଧାନ ଅଧିକାରୀ କଂଟାବାଂଜି ଜି.ଆର.ପି. ଏସଆଇ ମୋହନ କୁମାର ନାୟକଙ୍କ ଠାରୁ ପ୍ରକାଶ ।

Leave A Reply

Your email address will not be published.