ଜିଲ୍ଲାକୁ ସଟ୍‌ ଡାଉନ୍‌ ଘୋଷଣା ପାଇଁ ନଗର କଂଗ୍ରେସର ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗୀର ଜିଲ୍ଲାରେ କରୋନା ବର୍ତ୍ତମାନ ସଂକ୍ରମଣର ଚରମ ସୀମାରେ ପହଞ୍ଚିଛି । ଯେତେବେଳେ ଜିଲ୍ଲାରେ କାଁ ଭାଁ ଗୋଟିଏ ଦୁଇଟି କରୋନା ରୋଗୀ ବାହାରୁଥିଲେ ସେତେବେଳେ ପ୍ରଶାସନ ତରଫରୁ ଅନେକ ବାରଣ, କଟକଣା କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ କାହାର ନା କାହାର ଜୀବନ ନେବାକୁ ବସିଲାଣି । ଜିଲ୍ଲା ପ୍ରଶାସନ କୌଣସି ପ୍ରକାର କଟକଣା କିମ୍ବା ରୋଗୀ ମରୁଥିବା ଅଂଚଳକୁ ବିଶୋଧନ ମଧ୍ୟ କରୁ ନାହିଁ । ଫଳରେ ବଲାଙ୍ଗିରରେ ସାଧାରଣ ଲୋକଙ୍କ ମଧ୍ୟ କରୋନା ମୃତ୍ୟୁକୁ ନେଇ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଛି । ତେଣୁ ଜିଲ୍ଲାକୁ ଆଗାମୀ ଦୁଇ ସପ୍ତାହ ଧରି ସଂପୂର୍ଣ୍ଣ ରୂପେ ସଟ୍‌ଡାଉନ୍‌ ଘୋଷଣା କରିବାକୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ନଗର କଂଗ୍ରେସର ସଭାପତି ଦାବୀ କରିଛନ୍ତି ।
ପ୍ରେସ ଇସ୍ତାହାର ମାଧ୍ୟମରେ ସେ କହିଛନ୍ତି ଯେ ଗତ ୨ ଦିନରେ ସହରରେ କରୋନାରେ ୬ଜଣଙ୍କ ଜୀବନ ଚାଲିଗଲାଣି । ସହରର ଦୋକାନ ବଜାରରେ କୌଣସି ପ୍ରକାରର ସାମାଜିକ ଦୂରତା କିମ୍ବା କଟକଣା ପାଳନ ହେଉନାହିଁ । ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ସ୍ଥାନକୁ ବିଶୋଧନ କିମ୍ବା କରୋନାକୁ ନେଇ ସତର୍କ ସୂଚନା ଜାରି କରୁନାହିଁ । ତେଣୁ ଏପରି ବିଷମ ପରିସ୍ଥିତିରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ପର୍ଯ୍ୟାପ୍ତ ଆଇସିୟୁ ବେଡ୍‌ ଓ ଚିକିତ୍ସା ଯୋଗାଇ ଦେବା ସହ ଜିଲ୍ଲାକୁ କିଛି ସପ୍ତାହ ପାଇଁ ସଟ୍‌ଡାଉନ୍‌ ଷୋଷଣା କରିବାକୁ ଦାବୀ କରାଯାଇଛି ।

Leave A Reply

Your email address will not be published.