pakka

ଗାଇସିଲେଟର ସରଗମଲ୍ଲି ଅନୁଷ୍ଠାନକୁ ମିଳିଲା ମୁଖ୍ୟମନ୍ତ୍ରୀ ଟ୍ରଫି

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ ତଥା ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗାଇସିଲେଟ ବ୍ଲକର ସରଗ ମଲ୍ଲି ଲୋକ ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିବା ସହ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ମନୋନୀତ ହୋଇଥିଲେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ ବରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲୋକକବି ପଦ୍ମିଶ୍ରୀ ହଳଧର ନାଗ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବକ୍ତା ଭାବେ ନାଟ୍ୟକାର ତଥା ନିର୍ଦ୍ଦେଶକ କେଶ ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ । ପଦ୍ମଶ୍ରୀ ହଳଧର ନାଗ ତାଙ୍କ ବକ୍ତବ୍ୟରେ ନିଜ ସଂସ୍କୃତିକୁ ସମ୍ମାନ ଓ ସୁରକ୍ଷା ।ଦବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଅନ୍ୟତମ ଅତିଥି ବିଧାୟକ ଦେବେଶ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା ଲୋକକଳାର ପ୍ରଚାର ପ୍ରସାର ପାଇଁ ଲୋକକଳା ପ୍ରତିଯୋଗିତା ଆରମ୍ଭ ହୋଇଛି । ଏଥିରେ ଆମ ଅଞ୍ଚଳର ଲୁପ୍ତପ୍ରାୟ କଳା ଓ କଳାକାର ପ୍ରୋତ୍ସାହିତ ହୋଇ ଆଗାମୀ ପିଢୀ ପାଇଁ ବାର୍ତ୍ତାବହ ହୋଇପାରିବେ ବୋଲି କହିଥିଲେ । ସେହିପରି ମୁଖ୍ୟବକ୍ତା କେଶ ରଞ୍ଜନ ପ୍ରଧାନ ତାଙ୍କ ବକ୍ତବ୍ୟରେ ପଶ୍ଚିମ ଓଡ଼ିଶାର ମହାନ୍ ଗଣପର୍ବ ନୂଆଁଖାଇ ଶ୍ରଦ୍ଧା, ସମ୍ମାନ, ଆତ୍ମିୟତା ତଥା ଭାତୃତ୍ବ ପ୍ରେମର ଏକ ନିଆରା ପରମ୍ପରା, ଏହା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥାଏ ବୋଲି କହିଥିଲେ । ସଭାରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ସଭାପତିତ୍ବ କରିଥିବା ବେଳେ ଏହାକୁ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ମୁଖ୍ୟ ମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତାରେ (୧୨ ବ୍ଲକର କଳାକାରମାନେ ଅଂଶ ଗ୍ରହଣ କରିଥିଲେ) ଅତାବିରାରୁ କର୍ମଚାରୀ ଲୋକ ନୃତ୍ୟ ଦଳ, ଭେଡେନରୁ ଖଞ୍ଜଣି ଭଜନ, ବରଗଡ଼ ବ୍ଲକରୁ ଡାଲଖାଇ, ବରପାଲିରୁ ଶବ୍ଦ ନୃତ୍ୟ, ବିଜେପୁରର ଘୁଡକା ନୃତ୍ୟ, ସୋହେଲା ବ୍ଲକରୁ ଦୁଲାବିହା, ପଦ୍ମପୁରରୁ କଲଙ୍ଗା ନୃତ୍ୟ, ଝାରବନ୍ଧ ବ୍ଲକରୁ ସଂଚାର, ଅମ୍ବାଭୋନା ବ୍ଲକରୁ ସଂପ୍ରଦା କଳାକାର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରେ ଗାଇସିଲେଟ ବ୍ଲକର ସରଗମଲ୍ଲି ଅନୁଷ୍ଠାନ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ । ସେହିପରି ସୋହେଲା ବ୍ଲକର ଦୁଲା ବିହା ଦ୍ବିତୀୟ ଏବଂ ବରଗଡ଼ ବ୍ଲକ ଚୋରାରେ ସମ୍ବଲପୁରୀ ନୃତ୍ୟ ଗବେଷଣା କେନ୍ଦ୍ର ୩ୟ ସ୍ଥାନ ଅଧିକାର କରି ଟ୍ରଫି ହାସଲ କରିଥିଲେ ।

jay balangir
Leave A Reply

Your email address will not be published.

seventeen − 2 =

error: Content is protected !!