csstore

ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତ୍ରିଦିବସୀୟ ପରିଚାଳନା କମିଟି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି, ଶିଶୁ ଶିକ୍ଷା ଅଧିକାର, ଗୋଷ୍ଠୀ ସମ୍ପୃକ୍ତି ସହ ବିଦ୍ୟାଳୟର ଉନ୍ନତିକରଣ ଏହି ତାଲିମ ଶିବିରର ମୁଖ୍ୟ ଉଦେଶ୍ୟ ବୋଲି ଯୋଗଦାନ କରି ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଅତିଥିମାନେ । ଅଭିଭାବକ ଗଣ ସଚେତନ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସହଯୋଗ କରିବା ସହ ଶିଶୁ ଅଧିକାର, କନ୍ୟା ରତ୍ନକୁ ହେଲା ନ କରି ପାଠ ପଢେଇବା ପାଇଁ ତିଳେ ବି କୁଣ୍ଠାବୋଧ କରନ୍ତୁ ନାହିଁ ବୋଲି ଆହ୍ୱାନ କରିଥିବା ସହ ଏପରିକି ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ଛାତ୍ର ଆର୍ଥିକ, ଶାରୀରିକ ଓ ସାମଗ୍ରିକ ସହଯୋଗ କରି ପାରିବେ ବୋଲି ମଧ୍ୟ ଅତିଥିମାନେ କହିଥିଲେ । ଅତିଥି ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ଠାକୁର, ସଭାପତି ଲଲିତ ମୋହନ ଭୋଇ, ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରୂପମା ଠାକୁର, ଚ୍ୟାରମେନ ଟେମରି ଜୟଦେବ ବରିହା, କ୍ଷୀରୋଦ୍ର ଦେବତା ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ସନ୍ତୋଷ କୁମାର ସିଂ ଠାକୁର, ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷକ ଚୈତନ୍ୟ ଭୋଇ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.