jittmm

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ପରୀକ୍ଷାରେ ଉତ୍କୃଷ୍ଟ ସଫଳତା, ଛାତ୍ର ବିଭୂକୃପା ଦାସ ଟପ୍ପର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ଦ୍ୱାରା ପରିଚାଳିତ +୨ ବିଜ୍ଞାନ, ବାଣିଜ୍ୟ ଓ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍କୃଷ୍ଟ ସଫଳତା ଲାଭ କରିଛନ୍ତି । +୨ବିଜ୍ଞାନରେ ମୋଟ ୫୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦ ଜଣ ପ୍ରଥମ ଶ୍ରେଣୀ, ୧୯ଜଣ ଦ୍ୱିତୀୟ ଶ୍ରେଣୀ ଓ ୧୯ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ଫେଲ୍ ହୋଇଛନ୍ତି । ଉଦୀୟମାନ ଛାତ୍ର ବିଭୁକୃପା ଦାସ ସର୍ବାଧିକ ୭୮.୫ପ୍ରତିଶତ ସହ ୪୭୧ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ଛାତ୍ର ପିରୋଦ କରନ ୭୮.୩୩% ସହ ମୋଟ ୪୭୦ ମାର୍କ ରଖି ଦ୍ୱିତୀୟ ଓ ଛାତ୍ର ମୋହିତ ସୁନା ୭୬.୮୩% ସହ ୪୬୧ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି । +୨ବାଣିଜ୍ୟରେ ମୋଟ ୫୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ପ୍ରଥମ ଶ୍ରେଣୀ, ୧୫ଜଣ ଦ୍ୱିତୀୟ ଶ୍ରେଣୀ, ୨୫ଜଣ ତୃତୀୟ ଶ୍ରେଣୀ ଓ ୩ଜଣ ଫେଲ ହୋଇଛନ୍ତି । ଛାତ୍ରୀ ସୀମା ମାଝୀ ୭୦.୫% ସହ ୪୨୩ ମାର୍କ ରଖି ବାଣିଜ୍ୟ ଟପ୍ପର, ଛାତ୍ର ସମୀର ସାହୁ ୬୯.୬୬% ସହ ୪୧୮ମାର୍କ ରଖି ଦ୍ଵିତୀୟ ଓ ଛାତ୍ରୀ ପ୍ରିୟଙ୍କା ଧରୁଆ ୬୫% ସହ ୩୯୦ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସର୍ବମୋଟ ପାସ ପ୍ରତିଶତ ୯୪.୧୧% ରହିଛି । ସେହିପରି +୨କଳାରେ ମୋଟ ୨୫୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୬ଜଣ ପ୍ରଥମ ଶ୍ରେଣୀରେ, ୩୬ଜଣ ଦ୍ୱିତୀୟ ଶ୍ରେଣୀରେ,୧୫୪ଜଣ ତୃତୀୟ ଶ୍ରେଣୀରେ ଓ ୨୫ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ଛାତ୍ରୀ ଜାନକୀ ଛୁରା ୮୦.୦୫% ସହ ୪୮୩ ମାର୍କ ସହ କଳା ବିଭାଗରେ ଟପ୍ପର ହୋଇଛନ୍ତି । ସମସ୍ତ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସମେତ ବରିଷ୍ଠ ଅଧ୍ୟାପକ ହୃଦାନନ୍ଦ ପୁହାଣ, ନରେନ୍ଦ୍ର ପାଣିଗ୍ରାହୀ, ରାଧାଶ୍ୟାମ ତ୍ରିପାଠୀ ଓ ରାଧେଶ୍ୟାମ ବଘାରଙ୍କ ସହ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷା କର୍ମଚାରୀ ଶୁଭେଛା ଜଣାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Leave A Reply

Your email address will not be published.