csstore

ସଇଁତଳା ଥାନା ପୋଲିସର ବଡ଼ ସଫଳତା : ୪୩ ଲିଟର ବିଦେଶୀ ମଦ ସହ ୨ ଗିରଫ

ସଇଁତଳା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ସ୍ଥାନୀୟ ବାଦିପଡ଼ା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛି ସଇଁତଳା ଥାନା ପୋଲିସ । ସଇଁତଳାରେ ଥିବା ଏକ ବିଦେଶୀ ମଦ ଦୋକାନରୁ ବାଦିପଡ଼ା ଗାଁ ରାସ୍ତା ଦେଇ ଏକ ମଦ ବ୍ୟବସାୟୀଙ୍କୁ ବିଦେଶୀ ମଦ ଦୋକାନ କର୍ମଚାରୀ ମାନେ ଯୋଗେଇ ଦେବା ପାଇଁ ଯାଉ ଥିବାବେଳେ ବାଦିପଡ଼ା ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ପୋଲିସ ଟିମ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ୪୩ ଲିଟର ବିଦେଶୀ ମଦ ଜବତ କରିଛି । ଗିରଫ ଦୁଇ ଜଣ ବ୍ୟକ୍ତି ସଚିନ୍‌ କୁମାର ଓ ଆୟୁଷ ସିଂ ବୋଲି ଜଣାପଡ଼ିଛି । ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଥିବା ସଇଁତଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.