csstore

ଯୁକ୍ତତିନି ପରୀକ୍ଷାଫଳରେ ରୋତ୍‌ କଲେଜର ଛାତ୍ରୀମାନଙ୍କର ସଫଳତା

ଆଗଲପୁର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡିକର ଯୁକ୍ତତିନି ଶେଷ ବର୍ଷ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତ୍‌ର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ମାର୍କ ରଖି ମହାବିଦ୍ୟାଳୟ ପାଇଁ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ସମ୍ପୃକ୍ତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଛାତ୍ରୀ ତୃପ୍ତିମୟୀ ରାଉତ ଟପ୍ପର ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ କେମେଷ୍ଟ୍ରି ବିଭାଗର ଛାତ୍ରୀ ଜ୍ୟୋତିପ୍ରିୟା ମେହେର ଟପ୍ପର ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି । ସେହିପରି ଗଣିତ ବିଭାଗର ଛାତ୍ରୀ ବର୍ଷାରାଣୀ ମନହିରା ଟପ୍ପର ତାଲିକାରେ ଦଶମ ସ୍ଥାନରେ ରହିଛନ୍ତି । ଏପିଏସ୍‌ କଲେଜର ଛାତ୍ରଛାତ୍ରୀ ମାନଙ୍କର ଏହି ସଫଳତା ଯୋଗୁଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଧ୍ୟାପକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

jayashree
Leave A Reply

Your email address will not be published.