pakka

ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା : ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

bbehera

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା । ବିଜାପୁର ପୁଲିସ ନିକଟରେ ୧୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଏମାନଙ୍କ ମଧ୍ୟରୁ ପିଏଲ୍‌ଜିଏ ସଦସ୍ୟ, ଏଲ୍‌ଓଏସ୍‌ କମାଣ୍ଡର, କେଏଏମ୍‌ଏସ୍‌ ସଦସ୍ୟ, ଏଲ୍‌ଜିଏସ୍‌ ସଦସ୍ୟ, ମିଲିସିଆ ଡେପୁଟି କମାଣ୍ଡର ପ୍ରମୁଖ ରହିଛନ୍ତି । ଏମାନଙ୍କ ନାମରେ ସରକାର ୧୬ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ । ସରକାରଙ୍କର ପୁନଃ ଥଇଥାନ ନୀତିରେ ପ୍ରଭାବିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି ।

jay balangir
Leave A Reply

Your email address will not be published.

five × 5 =

error: Content is protected !!