p purohi

୬ ଦିନ ପରେ ଲଛମନଙ୍କ ଗଳିତ ଶବ ଉଦ୍ଧାର

dr. purohit

ଜୟପାଟଣା, (ଶେଷଦେବ ବେହେରା) : ଗତ ଗୁରୁବାର ଦିନ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ପ୍ରତାପପୁର କେନାଲ ଛକ ଠାରେ ଗାଧୋଉ ଥିବା ଅବସ୍ଥାରେ ପାଦ ଖସି ଯିବାରୁ ଲଛମନ ଭାସି ଯାଇଥିବା ସୂଚନା ମିଳିଥିଲା । ଦୀର୍ଘ ୬ ଦିନ ପରେ ଲଛମନ ରାଉତଙ୍କ ଶବ ଘଟଣାସ୍ଥଳରୁ ୧୩ କିଲୋମିଟର ଦୂର ବିମଳା ଗେଟ ପାଖରୁ ଠାବ କରାଯାଇଥିବା ସୂଚନା ମିଳିଛି । ଖବର ପ୍ରକାଶ ହେବା ପରେ ସ୍ଥାନୀୟ ଜୟପାଟଣା ପୋଲିସ, ଅଗ୍ନିଶମ ବିଭାଗ ପହଞ୍ଚି ଗଳିତ ଶବକୁ ଉଦ୍ଧାର କରିବା ସହିତ ସେହି ସ୍ଥାନରେ ହିଁ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ପହଞ୍ଚି ଶବ ବ୍ୟବଚ୍ଛେଦ କରି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏକ ପରାଶ୍ରୟୀ ନିରୀହ ମଣିଷର ଜୀବନ ଦୀପିକା ଅକାଳରେ ଲିଭି ଯାଇଥିବା ବେଳେ ଗଳିତ ଶବକୁ ସେହି ସ୍ଥାନରେ ହିଁ ଅନ୍ତିମ ସଂସ୍କାର କରି ଏକ ଶୋକାକୁଳ ପରିବେଶରେ ଗାଁକୁ ଫେରିଥିଲେ ଗ୍ରାମବାସୀ । ସରପଞ୍ଚ ଚନ୍ଦନ ପୁଝାରୀ, ପୂର୍ବତନ ସରପଂଚ ନବୀନ ଧଙ୍ଗଡା ମାଝୀ, କୃତିବାସ ପୁଝାରୀ, ସମାଜ ସେବୀ ତଥା ସାମ୍ବାଦିକ ଶେଷଦେବ ବେହେରା ପ୍ରମୁଖ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ରାଶି ପ୍ରଦାନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.