ପୁଇଁତଲା ବ୍ଲକ୍‌ କଂଗ୍ରେସର ବିଶାଳ କର୍ମୀ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ୍‌ କଂଗ୍ରେସ କମିଟି ପକ୍ଷରୁ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଏକ ବିଶାଳ କର୍ମୀ ସମାବେଶ ଗଇଁତଲା ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବଲାଙ୍ଗିର ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର, ଲୋଇସିଂହା ବିଧାନସଭା ପ୍ରାର୍ଥୀ ଓମ୍‌ ପ୍ରକାଶ କୁମ୍ଭାଙ୍କୁ ବିପୁଳ ପରିମାଣ ଭୋଟରେ ବିଜୟୀ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ନିବେଦନ କରିବା ସହ ୨୪ ବର୍ଷ ଧରି ରାଜ୍ୟରେ ଆପାରଗ ବିଜେଡି ଶାସନ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ସହ ଶିଳ୍ପ କାରଖାନାର ପ୍ରତିଷ୍ଠା ନକରି ବେକାର ଯୁବକ, ଯୁବତିଙ୍କୁ ଦାଦନ ପଠାଇ କୃଷିି ଓ କୃଷକଙ୍କୁ ଅଣଦେଖା କରି କେବଳ ଭୋଟ୍‌ ଜିତିବା ପାଇଁ ଯୋଜନାମାନ ତିଆରି କରି ଲୋକଙ୍କୁ ଭୁଆଁ ବୁଲାଉଥିବା କଥା ଲୋକଙ୍କୁ ଅବଗତ କରିବା ସହ କେନ୍ଦ୍ରରେ ବିଜେପି ସରକାର ଅହେତୁକ ଦରବୃଦ୍ଧି ସହ ଜୁମଲାବାଜ ସରକାରଙ୍କୁ ପ୍ରତ୍ୟାକ୍ଷାନ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ଅଭିନେତା ମନୋଜ ମିଶ୍ର, ବିଧାୟକ ପ୍ରାର୍ଥୀ ଓମ୍‌ ପ୍ରକାଶ କୁମ୍ଭାର, କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସ୍ମାରକ ରଂଜନ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ଦିଲ୍ଲୀପ ବେହେରା, ଜିଲ୍ଲା ସଭାପତି ଅଶୋକ ନନ୍ଦ, ମନମୋହନ ପଟେଲ, ଶୁଶାନ୍ତ ଷଡଙ୍ଗି, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ସତ୍ୟାନନ୍ଦ ସୁନା, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ନାରୀ ନେତ୍ରୀ ରଂଜିତା ପଟେଲ, ଶୁଭ୍ରାଂଶୁ ପଣ୍ଡା, ଲୋଇସିଂହା ବ୍ଲକ୍‌ ସଭାପତି ଅରବିନ୍ଦ ସାହୁ, ଚିନ୍ତାମଣି ଭୋଇ, ରବି ବସ୍ତିଆ, ସଂଜିବ କ୍ଷେତି, ଲଳିତ ପଟେଲ, ହରି ନନ୍ଦ, ବସୁଦେବ ନାଏକ, ଜିତୁ ମନହିରା, ତରଣିସେନ ଦିପ, ମନୋଜ ସାଏ, ଯୁଗଲାଲ ନନ୍ଦ, ଶ୍ୟାମସୁନ୍ଦର ସାଏ, ସରୋଜ ପ୍ରଧାନ, ସରୋଜ ଡାଙ୍ଗ, ସତ୍ୟ ବାଗ, ବଟ ପଟେଲ, ରାଧାକାନ୍ତ ନାଏକ, ହିମାଂଶୁ ନନ୍ଦ, ବଜରଂଗ ଅମର, ଗୋକୁଳା କୁଅଁର, ସମିର ଚନ୍ଦନ, ମନୋଜ ମନହିରା, ନିମାଇଁ କୁମ୍ଭାର, ସର୍ବେ କୁମ୍ଭାର, ପବିତ୍ର ବାଗ, ଭକ୍ତ ବିଶ୍ୱାଲ, ସୁରେଶ ନାଗ, ରାଜ କିଶୋର ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଭାବେ ମନୋନିତ ହୋଇଥିବା ମନୀଷ ମିଶ୍ର ଓ ସନ୍ତକ ବହିଦାରଙ୍କୁ ବ୍ଲକ୍‌ କଂଗ୍ରେସ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ବିରୋଧ ତାଣ୍ଡି ଧନ୍ୟବାଦ୍‌ ଦେଇଥିବା ବେଳେ ସମସ୍ତ ପଂଚାୟତରୁ ୩ ହଜାରରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

six + fourteen =