om academy

ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ବିସିଏ ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଧ୍ୟୟନ ଓ ଅଧ୍ୟବସାୟ ହିଁ ସଫଳତାର ମାର୍ଗକୁ ପ୍ରଶସ୍ତ କରେ । ଜୀବନର ଏହି ମୂଳମନ୍ତ୍ରକୁ ସତ୍ୟ ବୋଲି ପ୍ରମାଣିତ କରିଛନ୍ତି ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ବିସିଏ ପାଠ୍ୟକ୍ରମରେ ପାଠ ପଢୁଥିବା ଚାରି ଜଣ ଛାତ୍ରଛାତ୍ରୀ । ଏମାନେ ବିଶ୍ୱ ବିଦ୍ୟାଳୟର ପ୍ରଥମ କୃତି ପ୍ରତିଯୋଗୀ ଭାବରେ ଇପିକ୍‌ ମାଇଣ୍ଡ ସାର୍ଭିସ ଏଲ୍‌ଏଲ୍‌ପି ପରି ଅନୁଷ୍ଠାନର ସାକ୍ଷାତକାରରେ ସଫଳତା ଅର୍ଜନ କରି ନିଯୁକ୍ତି ଲାଭ କରିଛନ୍ତି । ସେହି ଛାତ୍ରଛାତ୍ରୀମାନେ ହେଲେ ଅଭିପ୍ସା ବହିଦାର (୨୦୦୬୧୪୧୦୦୦୦୨), ନିକେଶ ପାତ୍ର (୨୦୦୬୧୪୧୦୦୦୦୯), ରମନ କୁମାର ଖେତୀ (୨୦୦୬୧୪୧୦୦୦୧୨), ଶୁଚିସ୍ମିତା ଷଡ଼ଙ୍ଗୀ (୨୦୦୬୧୪୧୦୦୦୧୫) । ଏଇ ଛାତ୍ରଛାତ୍ରୀମାନେ ଯୁନିୟର ସଫ୍ଟୱେର ଇଞ୍ଜିନିୟର ଭାବରେ ନିଯୁକ୍ତି ପାଇଛନ୍ତି । କ୍ୟାମ୍ପସର ଏହି ସଫଳତା ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି । ଛାତ୍ରଛାତ୍ରୀମାନେ ତାଙ୍କର ସଫଳତାର ଶ୍ରେୟ ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଦେଇଛନ୍ତି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ଉପଯୁକ୍ତ ମାର୍ଗଦର୍ଶନ ଓ ଉଚିତ ଦିଗଦର୍ଶନ ଯୋଗୁଁ ସେମାନେ ସଫଳତାର ପାହାଚ ଚଢି ନିଜ ଅଂଚଳ ତଥା ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ବୋଲି ଛାତ୍ରଛାତ୍ରୀମାନେ ନିଜର ମତ ପ୍ରକାଶ କରିଛନ୍ତି । ଅନୁଷ୍ଠାନର ଏହି ସଫଳତା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଚାରିଆଡୁ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ବାସ୍ତବରେ ଛାତ୍ରଛାତ୍ରୀଙ୍କର ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.