om academy

+୨ କଳା ପରୀକ୍ଷା ଫଳାଫଳରେ ମହାବୀର କଲେଜର ସଫଳତା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବରୁ +୨ ବାଣିଜ୍ୟ ଓ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବା ବେଳେ ଗତକାଲି +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । +୨ କଳା ପରୀକ୍ଷାରେ ମହାବୀର କଲେଜର ଛାତ୍ରଛତ୍ରୀମାନେ ଶତପ୍ରତିଶତ ନମ୍ବର ରଖି ସଫଳତା ହାସଲ କରିଛନ୍ତି । ତେବେ ଏହି କଲେଜର ବୈଷ୍ଣବି ପଣ୍ଡା ୬୦୦ରୁ ୪୯୩ ମାର୍କ ରଖି କଲେଜରେ ଟପ୍ପର ହୋଇଥିବା ବେଳେ ଅପର୍ଣ୍ଣା ସା ୬୦୦ରୁ ୪୭୬ ମାର୍କ ଆଣି କଲେଜରେ ଦ୍ୱିତୀୟ ନମ୍ବରରେ ରହିଛନ୍ତି ଓ ମହେଶ୍ୱେତା ଥନାପତି ୬୦୦ରୁ ୪୬୩ ମାର୍କ ଆଣି କଲେଜରେ ତୃତୀୟ ସ୍ଥାନ ହାସଲ କରିଛନ୍ତି । କଲେଜରେ ୭୫% ଛାତ୍ରଛାତ୍ରୀ ୬୦%ରୁ ଅଧିକ ମାର୍କ ଆଣିଥିବା ବେଳେ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜ ମ୍ୟାଟ୍ରିକ ଠୁ ଅଧିକ ଆଣି କୃତିତ୍ୱ ହାସଲ କରିଛନ୍ତି । ଏଥିପାଇଁ ବୁଦ୍ଧିଜୀବୀ ମହଲରେ ମହାବୀର କଲେଜକୁ ପ୍ରଶଂସା କରାଯାଇଥିବା ବେଳେ ସାରା ଜିଲ୍ଲାରେ ଚର୍ଚ୍ଚାରେ ମଧ୍ୟ ରହିଛି ମହାବୀର କଲେଜ ।

Leave A Reply

Your email address will not be published.