jsm

ଅସ୍ମିତା ଖେଲୋ ଇଣ୍ଡିଆ କିକ୍‌ ବକ୍ସିଂରେ ବଲାଙ୍ଗିର ଝିଅଙ୍କ ସଫଳତା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅସ୍ମିତା ଖେଲୋ ଇଣ୍ଡିଆ କିକ୍‌ ବକ୍ସିଂ ପ୍ରତିଯୋଗିତା ଯାଜପୁର ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ଠାରେ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୨୨୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲା ଆମେଚ୍ୟୁର କିକ୍‌ ବକ୍ସିଂ ସଂଘରୁ ୮ ଜଣ ଖେଳାଳିି ଶେଖର କିକ୍‌ ବକ୍ସିଂ ଏକାଡେମୀର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ ଓ ମ୍ୟାନେଜର ବଦ୍ରିନାଥ ହୋତାଙ୍କ ତତ୍ୱାବଧାନରେ ଭାଗ ନେଇଥିଲେ । ସବ୍‌ ଜୁନିୟରରେ ଅଭିପ୍‌ସା ହୋତା ଦୁଇଟି ସ୍ୱର୍ଣ୍ଣ ପଦକ, ପ୍ରିୟାଂସି ମିଶ୍ର ଗୋଟିଏ ସ୍ୱର୍ଣ୍ଣପଦକ ଓ ଗୋଟିଏ କାଂସ୍ୟ, ହେମଲତା ଭୋଇ ଗୋଟିଏ ସ୍ୱର୍ଣ୍ଣ ପଦକ, ଶୀତଳ ସାହୁ ଗୋଟିଏ ରୌପ୍ୟ ଏବଂ ଜୁନିୟରରେ କିରନ ସେଠ ଗୋଟିଏ ସ୍ୱର୍ଣ୍ଣପଦକ ପାଇ ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣି ଛନ୍ତି ଏବଂ ଅଭିପ୍‌ସା ହୋତା, ପ୍ରିୟାଂସି ମିଶ୍ର, ହେମଲତା ଭୋଇ ଓ କିରନ ସେଠ ଜାତୀୟ ଜୋନାଲ ଅସ୍ମିତା ଖେଲୋ ଇଣ୍ଡିଆ କିକ୍‌ ବକ୍ସିଂ ପାଇଁ ମନୋନୀତ ହୋଇଛନ୍ତି । ଚନ୍ଦ୍ରଶେଖର ସେଠ ଓ ମୁରଲି ମହାକୁର ରେଫରି ଓ ଜଜ୍‌ ଦାୟିତ୍ୱ ତୁଳାଇଥିଲେ । ଜିଲ୍ଲା କ୍ରୀଡାଧିକାରୀ ସତ୍ୟପ୍ରକାଶ ମିଂଚ, ଓଡିଶା କିକ୍‌ ବକ୍ସିଂ ସଂଘର ସଭାପତି କାର୍ତ୍ତିକ ଡାକୁଆ, ବଲାଙ୍ଗିର ଜିଲ୍ଲା କିକ୍‌ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର, ଜିଲ୍ଲା କରାଟେ ସଂଘର ସଂପାଦକ ହୃଦୟ ଶବର, ସୁରେନ୍ଦ୍ର ସାହୁ, ନୀଳାଂଚଳ ନାହାକ, ଖ୍ୱାଇସ ବନଛୋର ପ୍ରମୁଖ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

yuvodaya
Leave A Reply

Your email address will not be published.