csstore

୩ ଛାତ୍ରଛାତ୍ରୀଙ୍କ ସଫଳତା : ବିଦ୍ୟାଳୟ ସାରା ଖୁସିର ମାହୋଲ

ବୌଦ୍ଧ, (ମମତା ମହାକୁର) : ଚଳିତ ଶିକ୍ଷା ବର୍ଷରେ ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ କଣ୍ଟାମାଲ ବ୍ଲକ ବଉଲସିଙ୍ଘା ଉଚ୍ଚପ୍ରାଥମିକ ବିଦ୍ୟାଳୟର ତିନିଜଣ ଛାତ୍ରଛାତ୍ରୀ ପ୍ରବେଶ ପରୀକ୍ଷାରେ । ଛାତ୍ରୀ କରିସ୍ମା, ଦିନେସ ବେହେରା ଓ ଅଂକେଶ ମହାକୁଡ଼ କୃତିତ୍ୱ ହାସଲ କରିଛନ୍ତି । ଛାତ୍ରଛାତ୍ରୀ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସାହିତ ସଭାରେ ବରିଷ୍ଟ ଶିକ୍ଷକ ନାରାୟଣ ମହାକୁଡ଼, କେଶବ ପ୍ରଧାନ, ସୁଶାନ୍ତ ବଣ୍ଡକି ଓ ଲିଙ୍ଗରାଜ ତାଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଖୁସିବ୍ୟକ୍ତ କରିବା ସହ ପରବର୍ତ୍ତୀ ସମୟରେ କିପରି ସଫଳତା ଆହୁରି ଛାତ୍ରଛାତ୍ରୀ କରିବେ ତାହା ଶିକ୍ଷକ ମାନେ ନିଶ୍ଚୟ ଚେଷ୍ଟା କରିବେ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତି କହିଥିଲେ ।

jayashree
Leave A Reply

Your email address will not be published.