ଆଜି ଶପଥ ନେବେ ୩ ରାଜ୍ୟସଭା ଏମ୍‌ପି

ନୂଆଦିଲ୍ଲୀ : ବିଜେଡିର ୩ ଜଣ ନବନିର୍ବାଚିତ ରାଜ୍ୟ ସଭା ଏମ୍‌ପି ଗୃହର ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିବେ । ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ ଶପଥ ଗ୍ରହଣ କରାଇବେ । ପୂର୍ବାହ୍ନ ୧୧ଟାରେ ରାଜ୍ୟ ସଭା ପ୍ରକୋଷ୍ଠରେ ଏହି ଶପଥ ଗ୍ରହଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଅନ୍ୟ କେତେକ ରାଜ୍ୟର ନବନିର୍ବାଚିତ ରାଜ୍ୟ ସଭା ଏମ୍‌ପିମାନେ ମଧ୍ୟ ଶପଥ ନେବେ ।

Leave A Reply

Your email address will not be published.

10 − 7 =