pakka

ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲ କ୍ୟାମ୍ପସ୍‌ରେ ଥିବା ଅଧ୍ୟକ୍ଷଙ୍କ କ୍ୱାର୍ଟର୍‌ରୁ ଉଦ୍ଧାର ହେଲେ ଦୁଇଟି ବିଷଧର ସାପ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲ କ୍ୟାମ୍ପସ୍‌ରେ ଥିବା ଅଧ୍ୟକ୍ଷଙ୍କ କ୍ୱାର୍ଟର୍‌ରୁ ଦୁଇଟି ବିଷଧର ସାପ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅଧ୍ୟକ୍ଷ ହେମନ୍ତ କୁମାର ମେହେରଙ୍କ କ୍ୱାର୍ଟର୍‌ ନମ୍ବର ଡିଆଇ୭ରେ ଶ୍ରମିକମାନେ ମରାମତି କାମ କରୁଥିବା ବେଳେ ବାଥ୍‌ରୁମ୍‌ରେ ଦୁଇଟି ବିଷଧର ସାପ ରହିଥିବା ଦେଖିଥିଲେ । ତୁରନ୍ତ ସାପ ଧରାଳି ଦେବରାଜ ବାରିକଙ୍କୁ ଖବର ଦେବାକୁ ସେ ଘଟଣା ସ୍ଥଳରେ ପହଂଚି ଦୁଇଟି ଯାକ ସାପକୁ ଉଦ୍ଧାର କରି ନିକଟସ୍ଥ ଜଂଗଲରେ ଛାଡ଼ି ଦେଇଥିବା ସାପ ଧରାଳୀ ଶ୍ରୀ ବାରିକ କହିଛନ୍ତି ।

jay balangir
Leave A Reply

Your email address will not be published.

15 + one =