pakka

ବଲାଙ୍ଗିର ପୌରାଂଚଳରେ ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୨ ନମ୍ବର ୱାର୍ଡରେ ସର୍ବାଧିକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ସର୍ବାଧିକ ୧୩ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂଚତ୍ରରେ କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ଦିଆଯାଇଥିବା ରିପୋର୍ଟ ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ୩୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ୧୧ ହଜାର ୧୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ୱାର୍ଡ ନଂ.୧୩ରୁ ୧, ୱାର୍ଡ ନଂ.୯ ଓ ୧୨ରୁ ୨ ଜଣ ଲେଖାଏଁ, ୱାର୍ଡ ନଂ.୩ ଓ ୪ରୁ ୩ ଜଣ ଲେଖାଏଁ, ୱାର୍ଡ ନଂ.୧୪ ଓ ୨୧ରୁ ୪ ଜଣ ଲେଖାଏଁ, ୱାର୍ଡ ନଂ.୮ରୁ ୫ ଜଣ, ୱାର୍ଡ ନଂ.୭ ଓ ୧୭ରୁ ୬ ଜଣ ଲେଖାଏଁ, ୱାର୍ଡ ନଂ.୧, ୧୦ ଓ ୧୧ରୁ ୭ ଜଣ ଲେଖାଏଁ, ୱାର୍ଡ ନଂ.୧୯ରୁ ୮ ଜଣ, ୱାର୍ଡ ନଂ.୫ ଓ ୧୫ରୁ ୯ ଜଣ ଲେଖାଏଁ, ୱାର୍ଡ ନଂ.୧୮ରୁ ୧୦ ଜଣ, ୱାର୍ଡ ନଂ.୬ ଓ ୨୦ରୁ ୧୧ ଜଣ ଲେଖାଏଁ ଏବଂ ୱାର୍ଡ ନଂ.୨ରୁ ୧୩ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

jay balangir
Leave A Reply

Your email address will not be published.

2 × 5 =