csstore

ମାସ୍କ ଚେକିଂ ବେଳେ ପୋଲିସ ସହ ଯୁକ୍ତିତର୍କ କଲେ ଦୋକାନୀ : ଫାଇନ୍‌ କାଟିଲା ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପୋଲିସ ପକ୍ଷରୁ କଡ଼ାକଡ଼ି ମାସ୍କ ଚେକିଂ ଜାରି ରହିଛି । ଏହି କ୍ରମରେ ସ୍ଥାନୀୟ ଠିକାଦାରପଡ଼ା ବାର୍‌ବି ଫେସନ୍‌ ଦୋକାନରେ ମାସ୍କ ଚେକିଂ ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ସହ ଟାଉନ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ନିଜ ପୋଲିସ ଟିମ୍‌ ସହ ପହଂଚି ଦୋକାନ ମାଲିକ ମାସ୍କ ପିନ୍ଧି ନଥିବା ଯୋଗୁଁ ତାଙ୍କ ଉପରେ ଫାଇନ୍‌ କାଟିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୋକାନ ମାଲିକ ପୋଲିସ ସହ ଜୋର୍‌ସୋର୍‌ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଥିଲା । ତେବେ ଶେଷରେ ଦୋକାନ ମାଲିକ ୫୦୦ ଟଙ୍କା ଫାଇନ୍‌ ଗଣିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.