ମଲି ମହକନ୍ ପକ୍ଷରୁ କୋଶଲି ସଂସ୍କୃତି ଦିନ୍ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କୋଶଲାଞ୍ଚଳର ବିଭିନ୍ନ ଜିଲ୍ଲାରେ ମଙ୍ଗଳବାର କୋଶଲି ସଂସ୍କୃତି ଦିନ୍ ପାଳନ କରାଯାଇଛି । ଏହି ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳର “ମଲି ମହକନ୍” ପକ୍ଷରୁ ସଂପାଦକ ବଂଶୀଧର ମାଝୀଙ୍କ ିତତ୍ତ୍ୱାବଧାନରେରେ ଏକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବିତା ଆସରରେ କବି ଇ‌ଶ୍ୱର ଚନ୍ଦ୍ର ସାହୁ, ଅଜିତ ଗିରି, ଦେବେନ୍ଦ୍ର କୁମାର ମିଶ୍ର, ପ୍ରଭାତ ଖମାରୀ, ନବିନ କୁମାର ଠେଲା ପ୍ରମୁଖ ‌ସ୍ୱରଚିତ କବିତା ପାଠ କରିଥିଲେ । କାର୍ୟ୍ୟକ୍ରମ ଆରମ୍ଭରେ କବି ଇନ୍ଦ୍ରମଣି ସାହୁଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା । କବିତା ଆସରକୁ ପ୍ରଭାତ କୁମାର ଖମାରୀ ସଂଯୋଜନା କରିଥିଲେ । ଇ‌ଶ୍ୱର ଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.