ls

ଚେନ୍ନାଇ ସୁପରକିଙ୍ଗ୍‌ସ ୱେବ୍‌ ସାଇଟ୍‌ରୁ ସୁରେଶ ରାଇନାଙ୍କ ନାମ ହଟିଲା

2020

ନୂଆଦିଲ୍ଳୀ : ଚଳିତ ବର୍ଷ ଆଇପିଏଲ୍‌ ତାଲିକାରୁ ସୁରେଶ ରାଇନାଙ୍କ ନାମ ହଟିଲା । ବ୍ୟାକ୍ତିଗତ କାରଣ ଦର୍ଶାଇ ରାଇନା ଆଇପିଏଲ୍‌ ଆରମ୍ଭ ହେବା ପୁର୍ବରୁ ଭାରତ ଫେରି ଆସିଥିଲେ । ଫେରି ଆସିବା ପରେ ରାଇନା ପୁଣି ଫେରି ପାରନ୍ତି ବୋଲି ତାଙ୍କର ପ୍ରଶଂସକମାନେ ଆଶା କରୁଥିଲେ । ତେବେ ସେ ନିଜେ କହିଥିଲେ ଯେ, ସେ ପୁଣି ଥରେ ଟିମ୍‌କୁ ଫେରି ପାରନ୍ତି । ବର୍ତ୍ତମାନ କିନ୍ତୁ ସେ ଚେନ୍ନାଇ ସୁପର୍‌ କିଙ୍ଗିସ୍‌କୁ ଅନ୍‌ ଫୋଲୋ କରିଛନ୍ତି ବୋଲି ସୂଚନା ମିଳିଛି । ତେବେ ଟିମ୍‌ର ସେକ୍ସନ୍‌ରେ ସମସ୍ତ ଖେଳାଳୀମାନଙ୍କ ନାମ ଅଛି, ହେଲେ ସୁରେଶ ରାଇନାଙ୍କ ନାମ ନାହିଁ ବୋଲି ସୂଚନା ମିଳିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଇନା ଏହି ସିଜନରେ ଖେଳିବେ ନାହିଁ । ରାଇନା ବର୍ତ୍ତମାନ କାଶ୍ମୀରରେ ଟ୍ରେନିଂ କରୁଥିବାର ଜଣାପଡୁଛି । ରାଇନା ଶନିବାର ଦିନ ଏକ ଟ୍ୱିଟ୍‌ କରିଥିଲେ, ଯେଉଁଥିରେ ସେ ମାତା ବୈଷ୍ଣୋଦେବୀ ମନ୍ଦିରରେ ନଜର୍‌କୁ ଆସିଥିଲେ ।

Leave A Reply

Your email address will not be published.