oom

ବଲାଙ୍ଗିର ପୌରପରିଷଦ ପକ୍ଷରୁ ୧୦ ଦିନିଆ ଜନସମ୍ପର୍କ ଅଭିଯାନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀ କ୍ରମଶଃ ଲୋକଙ୍କୁ ଆତଙ୍କିତ କରୁଥିବା ବେଳେ ଏହାକୁ ନେଇ ବଲାଙ୍ଗିର ପୌରାଞ୍ଚଳର ଜନସାଧାରଣ କୌଣସି ରକମର ଗୁଜବ, ଅପପ୍ରଚାର ଓ ଆତଙ୍କରେ ବିଶ୍ୱାସ ନକରି ସଚେତନ ଓ ସୁରକ୍ଷିତ ରହିବା ପାଇଁ ବଲାଙ୍ଗିର ପୌରପରିଷଦ ତରଫରୁ ଗତ ୧୬ ରୁ୨୫ ସେପ୍ଟେମ୍ବର, ୧୦ ଦିନିଆ ଜନସମ୍ପର୍କ ଅଭିଯାନ କରାଯାଇଥିଲା । ବଲାଙ୍ଗିରର ନୁତନ ଜିଲ୍ଲାପାଳ ତଥା ପୌରପରିଷଦର ପ୍ରଶାସକ ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଡାକି ପ୍ରତ୍ୟେକ ଦିନ ଲୋକଙ୍କର ମତାମତ ସଂଗ୍ରହ ସହିତ କରୋନା ମୁକାବିଲା ପାଇଁ କଣ ସବୁ କରାଯିବା ଉଚିତ, ସେ ସମ୍ପର୍କରେ ସଚେତନ କରାଯାଉଥିଲା । ବିଭିନ୍ନ ଦିବସରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି, ପିଡି, ଡୁଡା ସୁଦର୍ଶନ ସାଏ, ଉପଜିଲ୍ଲାପାଳ ସୁଧାକର ନାୟକ, କୋଭିଡ ଇନ୍‌ଚାର୍ଜ ଡା. ଗିରିଜା ଶଙ୍କର ଉଦ୍‌ଗାତା, ଡା.ଅନିତା ମିଶ୍ର ଓ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ କରୋନା କବଳରୁ କିପରି ନିଜକୁ ରକ୍ଷା କରିପାରିବେ, ସେ ସମ୍ପର୍କରେ କହିଥିଲେ । ଏହି ୧୦ ଦିନିଆ ଜନସମ୍ପର୍କ ଅଭିଯାନରେ ଜିଲ୍ଲା ବଣିକ ସଂଘ, ନାଗରିକ କମିଟି, ବିଙ୍ଗ୍‌ ହ୍ୟୁମେନ ଫାଉଣ୍ଡେସନ, ମାହେଶ୍ୱରୀ ସଂଗଠନ, ନେସନାଲ ପିସ୍‌ ୟୁନିସନ, ଶିକ୍ଷକ ଓ ଅଧ୍ୟାପକ ବୃନ୍ଦ, ସଚେତନ ମହିଳା ମଞ୍ଚ, ୱାର୍ଡ ସୁପରଭାଇଜର, ସ୍ୱଚ୍ଛ ସାଥି, ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ଆଇନଜୀବୀ ସଂଘ ପ୍ରମୁଖ ବିଭିନ୍ନ ସାମାଜିକ ସାଂସ୍କୃତିିକ ଅନୁଷ୍ଠାନ ଏହି ଜନସମ୍ପର୍କ ଅଭିଯାନରେ ଯୋଗଦେଇ ପୌର ପ୍ରଶାସନ ତରଫରୁ ଯୁକ୍ତିଯୁକ୍ତ କାର୍ଯ୍ୟକୁ ତୁରନ୍ତ କରାଯିବା ପାଇଁ ଅନୁରୋଧ କରିଥିଲେ । ଏହା ସହ ସହରକୁ ସାନିଟାଇଜ କରିବା, ଘରକୁ ଘର ବୁଲି ସର୍ଭେ କରିବା, ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବା ସମ୍ପର୍କରେ ବିଭିନ୍ନ ମତ ଉପସ୍ଥାପନ କରିଥିଲେ । ପ୍ରତ୍ୟେକ ଦିନର ଆଲୋଚନାକୁ ପୌରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ପରି·ଳନା କରିଥିବା ବେଳେ ପୌର ଲୋକ ସୂଚନା ଅଧିକାରୀ ବିଜୟ କୁମାର ତ୍ରିପାଠୀ, ଗୋଷ୍ଠୀ ସଂଗଠିକା ସୁଲକ୍ଷଣୀ ଦାସ ଓ ପୌର କର୍ମ·ରୀ ବୃନ୍ଦ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.