ଓଏଭିଏସରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ବିଶ୍ଵ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଏଥିରେ ବରଗଡ଼ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୋପବନ୍ଧୁ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସଂସ୍କୃତ ଭାରତୀ ସଂସ୍ଥାର ପ୍ରଶିକ୍ଷଣ ପ୍ରମୁଖ ମାନସ ରଞ୍ଜନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ସାହୁ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ବରପାଲି ବାଳିକା ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୋବର୍ଦ୍ଧନ ସାହୁ ଓ ଗଙ୍ଗାଧର ମେହେର ଏନ୍‌ଏସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ବାରିକ ଯୋଗ ଦେଇଥିଲେ । ସାରସ୍ଵତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା ଯୋଗ ଦେଇଥିଲେ । ସଂସ୍କୃତ ଭାଷାର ମହନୀୟତା ଉପରେ ଅତିଥି ମାନେ ଆଲୋକପାତ କରିଥିଲେ । ଶିକ୍ଷକ ଈଶ୍ୱର ଚନ୍ଦ୍ର ଗଡତିଆ ସଭା ସଞ୍ଚାଳନ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
ପରେ ବିଭିନ୍ନ ସଂସ୍କୃତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସଂସ୍କୃତ ବସ୍ତୁ ପ୍ରଦର୍ଶନୀ ସଂସ୍କୃତ ଦିବସର ମୁଖ୍ୟ ଆକର୍ଷଣ ଥିଲା ।

Leave A Reply

Your email address will not be published.

error: Content is protected !!