csstore

ବିଦ୍ୟାଳୟରେ ପୋଷାକ ବଣ୍ଟନ

କଳାହାଣ୍ଡି, (ନରୋତ୍ତମ ସେଲମା) : ମ.ରାମପୁର ବ୍ଲକ ଗୋଚ୍ଛାଡେଙ୍ଗେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ମ.ରାମପୁର ବ୍ଲକ ଉପାଧ୍ୟକ୍ଷ ଶମ୍ଭୁ ଭୂଷଣ ପଧାନ ମୁଖ୍ୟ ଅତିଥି, ଏସ୍‌ଏମ୍‌ସି ସଭାପତି ବାଲକୃଷ୍ଣ ବିଶ୍ୱାଳ, ୱାର୍ଡ ମେମ୍ବର ସୀମାଞ୍ଚଳ ଭୋଇ ସମ୍ନାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ ବଣ୍ଟନ କରିବା ସହ ବିଦ୍ୟାଳୟରେ ନିୟମିତ ଉପସ୍ଥାନ, ସ୍ୱ-ଶିକ୍ଷଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ଉତ୍ସାହିତ କରିଥିଲେ । ଶିକ୍ଷକ କେଦାରନାଥ ପ୍ରଧାନ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ କ୍ଷେତ୍ରବାସୀ ମହାପାତ୍ର, ଶିକ୍ଷୟତ୍ରୀ ରେଣୁକା ନନ୍ଦ ସହଯୋଗ କରିଥିଲେ । ଉତ୍ସବରେ ଏସ୍‌ଏମ୍‌ସିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ସେହିପରି ତାଲକୁନା ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ସାହୁଙ୍କ ସଭାପତିତ୍ୱ ପୋଷାକ ବଣ୍ଟନ ହୋଇଯାଇଛି । ସିଆରସିସି ହେମାଦ୍ରୀ ଭୋଇ ମୁଖ୍ୟ ଅତିଥି, ଏସ୍‌ଏମ୍‌ସି ସଭାପତି ବାଳକୃଷ୍ଣ ଧରୁଆ ସମ୍ମାନିତ ଅତିଥି ଥିଲେ । ଭୋଜରାଜ ପାତ୍ର, ସୀମା ମହାନନ୍ଦ ଏବଂ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.