pakka

ସଂସଦରେ ଉଠିଲା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ସମେତ ମମିତା ମେହେର ହତ୍ୟା, ପରି ହତ୍ୟା ଏବଂ ମହଙ୍ଗା ଡବଲ ମର୍ଡର ଘଟଣାର ସିବିଆଇ ତଦନ୍ତ ଦାବୀ କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ । ଆଜି ଲୋକସଭାରେ ପ୍ରଶ୍ନ ଉତ୍ତର ସମୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦଲିତ ଯୁବକ ତୋରାର ଗୋବିନ୍ଦ କୁମ୍ଭାରଙ୍କ ଟାଉନ ଥାନା ପୋଲିସ ହାଜତରେ ମୃତ୍ୟୁ ଘଟଣାର ଏ ପର୍ଯ୍ୟନ୍ତ ଏତଲା ମଧ୍ୟ ଗ୍ରହଣ କରା ଯାଇନତିବାରୁ ପରିବାର ବର୍ଗ ଉଚିତ୍ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ରାଜ୍ୟ ସରକାର ଗୃହ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଏହାର ସିବିଆଇ ତଦନ୍ତ ପାଇଁ ମାନ୍ୟବର ବାଚସ୍ପତିଙ୍କ ଠାରେ ଅନୁରୋଧ କରିଥିଲେ । ସେହିପରି ମମିତା ମେହେର ହତ୍ୟା, ପରି ହତ୍ୟା ଘଟଣା ଏବଂ ମହଙ୍ଗା ଡବଲ ମର୍ଡର ଘଟଣାର ମଧ୍ୟ ସିବିଆଇ ଦ୍ୱାରା ତଦନ୍ତ କରିବାକୁ କହିଥିଲେ ।

Leave A Reply

Your email address will not be published.

twenty − seven =