pakka

ଅଏଁଲାସାରୀ ହାଇସ୍କୁଲରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା ଲକ୍ଷ୍ମୀକାନ୍ତଙ୍କ ଜୟନ୍ତୀ ପାଳିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଏଁଲାସାରୀ ହାଇସ୍କୁଲରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଲକ୍ଷ୍ମୀକାନ୍ତ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସହ ଅନେକ କାଳଜୟୀ ଜାତୀୟ ଭାବନା ଉଦ୍ରେକକାରୀ ସଙ୍ଗୀତ ରଚନା କରି ଓଡିଆ ସାହିତ୍ୟରେ ସ୍ୱାକ୍ଷର ଛାଡିଯାଇଛନ୍ତି ବୋଲି ପ୍ରଧାନ ଶିକ୍ଷକ ନିଜ ବକ୍ତବ୍ୟରେ କହିଥିଲେ । ଶିକ୍ଷୟିତ୍ରୀ କବିତା ପଧାନ, ବବିତା ପଧାନ, ପୁଜା ଦେହେରି, ଶାନ୍ତି ସେଠ, ଜ୍ୟୋତ୍ସ୍ନା ପଟେଲ, ଶିକ୍ଷକ ଉକାଲୁ ସା, ସିଦ୍ଧାନ୍ତ ପାଣିଗ୍ରାହୀ ପ୍ରମୁଖ କବି ଶ୍ରୀ ମହାପାତ୍ର ଉପନ୍ୟାସ, ଗଳ୍ପ, ଓଡିଆ କବିତା, ବ୍ୟଙ୍ଗ ସାହିତ୍ୟ, ଶିଶୁ ସାହିତ୍ୟ ଓ ଲାଳିକା ରଚନା କରି ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହ ସ୍ୱାଧିନତା ପ୍ରେମୀ କବିତା ରଚନା କରି ସ୍ୱାଧିନତା ସଂଗ୍ରାମୀମାନଙ୍କୁ ଏକଜୁଟ କରାଇବାରେ ସାହାଯ୍ୟ କରାଇଥିବା କଥା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୀବନୀ ସଂପର୍କରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ର ସୁକାନ୍ତ ଭୋଇ, ଅଜିତ ବେହେରା, ଛାତ୍ରୀ ରଞ୍ଜିତା ସା, ମଞ୍ଜଳି ଭୁଏ, ସତ୍ୟଭାମା ଚନ୍ଦନ, କଳ୍ପନା ସାହୁ ଓ କାଜଲ ବାରିକ ପ୍ରମୁଖ ସଠିକ ଉତ୍ତର ଦେଇ ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.

3 × three =