csstore

କୁନୁରଠାରେ ସହିଦ ହୋଇଥିବା ସିଡିଏସ୍‌ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନମାନଙ୍କୁ ସଚେତନ ନାଗରିକ ଫୋରମ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ, (ତାପଦ ଦାସ) : ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଗତକାଲି ସନ୍ଧ୍ୟାରେ କୁନୁରଠାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତଙ୍କ ସହିତ ଅନ୍ୟ ଯବାନମାନଙ୍କ ସମ୍ମାନାର୍ଥେ ଏକ ମିନିଟ ନିରବ ପ୍ରାର୍ଥନା ସହିତ ଭାବପୂର୍ଣ୍ଣ ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଉକ୍ତ ସହିଦ ଗୃପରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ତାଳଚେର ଅଞ୍ଚଳର ରାଣାପ୍ରତାପ ଦାସ ଥିଲେ । ଏହି କାର୍ଯ୍ୟକ୍ରମରେ ଫୋରମର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନଗରପାଳ ସୁରେନ୍ଦ୍ର କୁମାର ମିଶ୍ର, ଉପସଭାପତି ତଥା ଜିଲ୍ଲା ଓକିଲ ସଂଘ ପୂର୍ବତନ ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଭରତ କୁମାର ଦାସ, ସହସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର, ରଞ୍ଜିତ ପାଣିଗ୍ରାହୀ, ଶିଳ୍ପୀଶ୍ରୀ ହରିଚନ୍ଦନ, ପଙ୍କଜ ନାୟକ, ଉଦୟନାଥ ବେହେରା, ଜି ମନ୍ମଥ ରାଓ, ଅଶୋକ ସ୍ୱାଇଁ ଓ ସରୋଜ ଶତପଥି ପ୍ରମୁଖ ଉପସ୍ଥିତ ରହି ସହିଦ ଯବାନମାନଙ୍କର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.