csstore

ଡେଲାଙ୍ଗରେ ବିଶ୍ଵ ସଂରକ୍ଷଣ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଡିସେମ୍ବର ୧୪ ବିଶ୍ଵ ସଂରକ୍ଷଣ ଦିବସ କେ.ପି.ପି. ବିଦ୍ୟାଳୟ ଓ ସେଭେ ଦି ଆର୍ଥ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ମଙ୍ଗଳବାର କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ, ମୂନିନ୍ଦା ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟ ବେଣାଗାଁ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନା, ସମ୍ମାନିତ ଅତିଥି ରୂପେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାବତ, ପରିବେଶବିତ ଅପର୍ତ୍ତି ମହାପାତ୍ର, ଫାଉଣ୍ଡେସନର ଆବାହକ ବିଶ୍ଵଜିତ ପରିଡା ପ୍ରମୁଖ ଯୋଗଦେଇ ଶକ୍ତି ସଂରକ୍ଷଣ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହ୍ରୁଷିକେଶ ବଳିୟାରସିଂହ ସଭାପତିତ୍ଵ କରିଥିବା ବେଳେ ପ୍ରବୀର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାକ୍ତନ ଛାତ୍ର ସଂସଦ ସଭାପତି ତ୍ରିନାଥ ପରିଡା ମଞ୍ଚ ସଂଯୋଜନା କରିଥିଲେ । ଶକ୍ତି ସଂରକ୍ଷଣ ଉପରେ ପିଲାମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ କୃତିତ୍ଵଲାଭ କରିଥିବା ପିଲାମାନଙ୍କୁ ପୁରସ୍କୃତ କରଯାଇଥିଲା ଏବଂ ବିଦ୍ୟୁତ ବିଭାଗ ର ତିନିଜଣ କର୍ମଚାରୀଙ୍କୁ ଫାଉଣ୍ଡେସନ ପକ୍ଷରୁ ମାନପତ୍ର ପ୍ରଦାନ କରଯାଇଥିଲା । ବିଦ୍ୟାଳୟ ପକ୍ଷରୁ ବିଡ଼ିଓ ଶ୍ରୀ ଷଡଙ୍ଗୀ, ପ୍ରଧାନ ଶିକ୍ଷକ ଶ୍ରୀ ଜେନା, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀ ସାବତ ଏବଂ ପରିବେଶବିତି ଶ୍ରୀ ମହାପାତ୍ରଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ଶିକ୍ଷୟତ୍ରୀ ବୈଜୟନ୍ତମାଳା ହରିଚନ୍ଦନ, ରମେଶ ଚନ୍ଦ୍ର ପରିଡା, ମିହିର କୁମାର ପରିଡା, ଅଜିତ ରାୟ ସମେତ ଶୁଶୀଲ ମୁକୁଟମଣି, ଭ୍ରମରବର ପ୍ରଧାନ, ଶୁକାନ୍ତ ବିଶ୍ବାଳ, ବିଚିତ୍ରା ନନ୍ଦ ଦଳାଇ ଆଦି ସହଯୋଗ କରିଥିଲେ । ପରିବେଶବିତ୍‌ ଶ୍ରୀ ମହାପାତ୍ରଙ୍କ ତରଫରୁ ସମସ୍ତ ପିଲାଙ୍କୁ ଚାରା ପ୍ରଦାନ କରଯାଇଥିଲା । ଶେଷରେ ଶିକ୍ଷକ ପ୍ରବୀର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.